*ଓଡ଼ିଆ ପକ୍ଷ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୧.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ଵାରା ଓଡ଼ିଆ ପକ୍ଷ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ ।ଅଲୋଚକ ଭାବରେ ଦୁହେଲ ପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରୁଦ୍ର ବାରିକ ଓଡ଼ିଆ ଭାଷା ସାହିତ୍ୟକୁ ନୂଆପଡାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।ଉକ୍ତ ଅବସରରେ ଅଧ୍ୟାପକ ବ୍ରଜ ମୋହନ ମେହେରଙ୍କ କୋଶଳୀ କବିତା ସଙ୍କଳନ “କୋଶଳ ଶିରୀ” ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଦ୍ୱାରା ପାଠକାର୍ପିତ ହୋଇଥିଲା । ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଵିଭାଗୀୟ ମୁଖ୍ୟ ଡ଼ ସୁରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଅଧ୍ୟାପିକା ରାଜଲଷ୍ମୀ ରଥ,ଅଧ୍ୟାପିକା ସାଗରିକା ପଣ୍ଡା,ଆଧ୍ୟାପିକ ଡ଼ କାଜଲ ମେହେର,ଅଧ୍ୟାପକ ଡ଼ ମହାଦେବ ଭୋଇ,ଅଧ୍ୟାପକ ହରିବନ୍ଧୁ ହଂସ ପ୍ରମୁଖ ଓଡ଼ିଆ ଭାଷାର ଗୁରୁତ୍ୱ ଓ ମହତ୍ୱ ବିଷୟରେ ଆଲୋଚନା କରିଥିଲେ । “ଓଡ଼ିଆ ପକ୍ଷ” ପାଳନ ପରିପ୍ରେକ୍ଷୀରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ନିମନ୍ତେ ବିଜୟୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ରମାକାନ୍ତ ସିଂ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।
