ସୋରରେ ଲୋକକଳା ଦିବସ ପାଳନ ସୋର,୧୧/୪(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ପରିସରରେ ଲୋକକଳା ଦିବସ ପାଳିତ ହୋଇଯାଇଛି। ସୋର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୀୟ ରଞ୍ଜନ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସୋର ତହସିଲଦାର ଚିନ୍ମୟ ରାଉତ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ,ବ୍ଲକ ଅଧକ୍ଷା ଅନୁସୟା ମଳିକ, ସୋର କଳାକାର ସଙ୍ଘର ସଭାପତି ପୁର୍ଣ୍ଣଚନ୍ଦ୍ର ପଣ୍ଡା ଓ ସମ୍ପାଦକ ମାଧବ ପାଣି ଉପସ୍ଥିତ ରହି କଳାକାର ମାନଙ୍କ ବିଭିନ୍ନ ସମସ୍ୟା ବାବାଦରେ ଆଲୋଚନା କରିଥିଲେ। ସୋର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାରଙ୍କ ଲୋକକାଳା ପରିବେଶିତ ହୋଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ଜିନାରାଣୀ ପାଢୀ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବ୍ଲକ କଳାସଂସ୍କୃତି ସଂଙ୍ଘର ଉପସଭାପତି ଉପେନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
