ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର
ବରଗଡ଼ : ୧୦.୦୪ (ନି, ପ୍ର )ଆଜି ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ପି .ଏମ୍. ଶ୍ରୀ ଜର୍ଜ ହାଇସ୍କୁଲ ସମ୍ମିଳନୀ କକ୍ଷରେ ପ୍ରଥମ ଥର ପାଇଁ”ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ଏବଂ ଗୁରୁ ଭଗବାନ ସାହୁ” ଶିର୍ଷକ ଆଲୋଚନାଚକ୍ର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି l ଦଧିବାବନ ଶତପଥୀଙ୍କ ସ୍ଵାଗତ ଭାଷଣ ଏବଂ ସଭାପତିତ୍ବରେ ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ସହକାରୀ ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ, (ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କ ନିର୍ଦ୍ଦେଶରେ),ସ୍ଵତନ୍ତ୍ର ଅତିଥି ବରିଷ୍ଠ ଆଇନଜୀବି ଯୁଗଳ ପ୍ରସାଦ ସିଂ ଯୋଗଦେଇ ଗୁରୁ ଭଗବାନ ସାହୁ ଙ୍କ ତ୍ୟାଗ କଠିନ ପରିଶ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ମୂଖ୍ୟ ବକ୍ତା ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡା ୧୯୫୦ ମସିହାରୁ ପଶ୍ଚିମ ଓଡ଼ିଶାରେ ଚାଲି ଚାଲି ଆମ କଳା ସଂସ୍କୃତିର ପ୍ରଚାର ପ୍ରସାର କରିଥିବା ଗୁରୁ ଭଗବାନ ସାହୁଙ୍କ ତ୍ୟାଗ ଏବଂ ଅବଦାନ ଉପରେ ଆଲୋକପାତ କରି ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ପାଇଁ ତଥା ଗୁରୁ ଙ୍କ ନାମରେ ବିଦ୍ୟାଳୟରେ ଏକ ଶ୍ରେଣୀ କୋଠରୀ ପାଇଁ ମତାମତ ଦେଇଥିଲେ l ଏହା ପୂର୍ବରୁ କବିୟିତ୍ରୀ ଜୟଶ୍ରୀ ପଣ୍ଡା ଗୁରୁ ବନ୍ଦନା ଗାନ କରିଥିଲେ । ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ସହ ସମ୍ପାଦକ ଡ଼. ଯଶବୀର ସିଂ ସୈନୀ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ, କାର୍ଯ୍ୟକାରୀ ସଦସ୍ୟ ଉଦ୍ଧବ ଚରଣ ବେହେରା, ଶିବାନନ୍ଦ ମଟାରୀ ସଂଘମିତ୍ରା ପଟେଲ , ବରିଷ୍ଠ ସଦସ୍ୟ ଦାମୋଦର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଏହା ସହିତ ଶିକ୍ଷୟିତ୍ରୀ କୁମୁଦିନୀ ପାଣିଗ୍ରାହୀ,ସୁରେଖା ସାହୁ, ସଞ୍ଜୁ ବାଲା ପୃଷ୍ଟି,ହରିଶ ପାତ୍ର, ଦିନେଶ ସାହୁ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
