
ଜିଲ୍ଲା ସଭାପତି ଙ୍କ ଦ୍ଵାରା ଅକ୍ଷିମୁଠି ଅନୁକୂଳ।
ସୋର ବ୍ଲକ ୪୫ ନମ୍ବର ଜୋନ୍ ର ସାଜନପୁର ପଞ୍ଚାୟତ ର ପାଟଣା ଶିରାପୁର ଗ୍ରାମ ର ଅକ୍ଷିମୁଠି ଅନୁକୂଳ କରାଯାଇଛି। ବାଲେଶ୍ଵର ବିଜେପି ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା ବଳଦ ଓ ହଳ ଲଙ୍ଗଳ ଦ୍ଵାରା ଏହି କାର୍ଯ୍ୟକ୍ରମ ର ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା, ପଞ୍ଚାୟତ ପ୍ରମୁଖ ଅନିଲ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି , ରବିନ୍ଦ୍ର ବାରିକ୍, ମଣ୍ଡଳ ସମ୍ପାଦକ ମନୋରଞ୍ଜନ ବାରିକ,ସମିର ବାରିକ୍,କେଦାରପୁର ପଞ୍ଚାୟତ ପ୍ରଭାରୀ ଅଜୟ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ର ପ୍ରମୁଖ ଚାଷି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପିଏମ କିଷାନ ଯୋଜନା ରେ ଆଜି ଚାଷି ଙ୍କୁ ୨୦୦୦ ଟଙ୍କା ମିଳିବ ବୋଲି ସଭାପତି ଶ୍ରୀ ବେହେରା ସୂଚନା ଦେଇଛନ୍ତି।