ଦେବଗଡ଼ରେ ମିଶନ ଶକ୍ତି EC ସଦସ୍ୟାଙ୍କ ସମ୍ମିଳନୀ ଓ ବନ୍ଧୁମିଳନୀ ଅନୁଷ୍ଠିତ
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପ୍ରଧାନପାଟ ଠାରେ ମିଶନ ଶକ୍ତି EC ସଦସ୍ୟାଙ୍କ ଦ୍ୱାରା ଏକ ବିଶାଳ ବନ୍ଧୁମିଳନୀ ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ଦୀପ ପ୍ରଜ୍ଵଳନ କରି ସଭାର ଶୁଭାରମ୍ଭ କରିଥିଲେ।
ସଭାରେ ଅତିଥିମାନେ ନିଜ ନିଜ ମତାମତ ପ୍ରକାଶ କରିଥିବା ବେଳେ EC ସଦସ୍ୟାଙ୍କ ସ୍ଥାୟୀ ନିଯୁକ୍ତି, ମହିଳାଙ୍କ ସୁରକ୍ଷା ଓ ନିଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା ହୋଇଥିଲା। ସଦସ୍ୟାମାନେ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରତି ଆଶା ପ୍ରକାଶ କରି ନିଜ ନିଜ ଅନୁଭବ ଓ ଦାବି ଉପସ୍ଥାପନ କରିଥିଲେ।
ଉକ୍ତ ସଭାକୁ ସଭାନେତ୍ରୀ ସୁଜାତା ପ୍ରଧାନ ଆୟୋଜନ କରିଥିବା ବେଳେ ପ୍ରାୟ ସାଢେ ତିନିଶହ ମହିଳା ଏଥିରେ ଯୋଗଦାନ କରିଥିଲେ। ଜିଲ୍ଲାର ସମ୍ବାଦିକମାନେ ଓ ପୋଲିସ ପ୍ରଶାସନର ବିଭିନ୍ନ ଅଧିକାରୀମାନେ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଅବସରରେ ଦେବଗଡ଼ ଏଡିସନାଲ ଏସ୍ପି ମଧ୍ୟ ଯୋଗଦାନ କରି ଝିଅପିଲାଙ୍କ ସୁରକ୍ଷା ଓ ସମାଜ ପ୍ରତି ଦାୟିତ୍ୱ ବିଷୟରେ ସଚେତନତାମୂଳକ ଉପଦେଶ ଦେଇଥିଲେ। ସେହିପରି ବିଧାୟକ ରମାଚରଣ ବିଶ୍ୱାଳ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ଦେବଗଡ଼ରୁ ସୁରେଶଙ୍କ ରିପୋର୍ଟ, ଭଞ୍ଜଦୂତ ଖବର କାଗଜ।
