ବାଲେଶ୍ୱର ଅବକାରୀ ବିଭାଗ ତରଫରୁ ହେରୋଇନ ଜବତ।
ବାଲେଶ୍ୱର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ) ::: ବାଲେଶ୍ୱର ଜିଲ୍ଲା ସେରଗଡ ନିକଟରୁ ହେରୋଇନ ଜବତ। ବାଲେଶ୍ୱର ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଦ୍ୱାରା ୧୫ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି । ସୂଚନା ଅନୁସାରେ ବାଲେଶ୍ବର ଅବକାରୀ ବିଭାଗର ମୋବାଇଲ ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶେରଗଡ଼ ଟୋଲ ଗେଟ ନିକଟରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତ ଶସଧର ରାଉତଙ୍କ ପାଖରୁ ୮୦ ଗ୍ରାମର ହେରୋଇନ ଯାହାର ବଜାର ମୂଲ୍ୟ ଆନୁମାନିକ ୮ ଲକ୍ଷ ଟଙ୍କା ଓ ସେହିପରି ଜାତୀୟ ରାଜପଥ କୁରୁଡ଼ା ପୋଲ ପାଖରେ ଶିବୁ ମଲ୍ଲିକ ପାଖରୁ ୭୦ ଗ୍ରାମର ହେରୋଇନ ବଜାର ମୂଲ୍ୟ ୮ ଲକ୍ଷ ଟଙ୍କା ସହ ଗୋଟିଏ ଓଡି୦୧ଏଡବ୍ଲ୍ୟୁ୨୬୮୫ ନମ୍ବର ବିଶିଷ୍ଟ ଏକ କଳା ରଙ୍ଗର ବାଜାଜ ପଲସର ବାଇକ ଜବତ କରାଯାଇଥିଲା। ମୋଟ ଉପରେ ୧୫୦ ଗ୍ରାମ ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାର ହେରୋଇନ ଜବତ କରାଯାଇଥିଲା। ଅବକାରୀ ବିଭାଗ ତରଫରୁ ୦୯/ ୨୬-୨୭ ଓ ୦୫/୨୬-୨୭ ମୂଳେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।ବାଲେଶ୍ବର ଅବଜାରୀ ବିଭାଗ ଏସପି ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଅବକାରୀ ବିଭାଗର ଡେପୁଟି ଏସପି ସ୍ୱପ୍ନାରାଣୀ ସାହୁଙ୍କ ନେତୃତ୍ୱରେ ଇନ୍ସପେକ୍ଟର ହରିହର ସିଂ, ଏସଆଇ ଭବେଶ ଦାସ,ଏଏସଆଇ ଲମ୍ବୋଦର ମହାନ୍ତ, ଏଏସଆଇ ଅନିକ ସାଠୁଆ,କନେଷ୍ଟେବଳ ସୁନାରାମ ସୋରେନ, ନିହାନ ମୁର୍ମୁ,ସୁବୀରକାନ୍ତ ବେହେରା, ପଙ୍କଜ ମହାନ୍ତି, ରଶ୍ମୀ ରେଖା ଚଢ଼ାଉରେ ସାମିଲ ହୋଇଥିଲେ।
