ବଳାଙ୍ଗୀ ମହୋତ୍ସବ କାର୍ଯ୍ୟାଳୟ ଉଦଘାଟିତ
ବଳାଙ୍ଗୀ ମହୋତ୍ସବ ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଛି
ବାରିପଦା ତା 9/4
ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ପାଳିତ ହେବାକୁ ଯାଉଥିବା ବେଳେ, ବାରିପଦା ରାଜବାଟି ନିକଟ ମୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ମହୋତ୍ସବ କାର୍ଯ୍ୟ ପରିଚାଳନା ପାଇଁ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି. ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟାଳୟ ଉଦଘାଟନ କରି ବଳାଙ୍ଗୀ ମହୋତ୍ସବ ଦୀର୍ଘ 24 ବର୍ଷ ଧରି ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଛି ବୋଲି କହି ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ବିଶ୍ୱଜିତ ନାୟକ, ଅମର ସେଠୀ, ସ୍ଥାନୀୟ କାଉନସିଲର ସୁକେଶିନୀ ସେଠୀ, ପ୍ରାଧ୍ୟାପକ ସୁନୀଲ କୁମାର ଜେନା, କିନ୍ନର ମହାସଙ୍ଘର ସଭାପତି ମନୀଷା ସାହୁ, ପ୍ରମୁଖ ଯୋଗଦେଇ ମୟୁରଭଞ୍ଜ ବାଲିମେଳା ବଳାଙ୍ଗୀ ଏକ ନିଆରା ମହୋତ୍ସବ ବୋଲି କହିଥିଲେ. ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବରିଷ୍ଠ ସଦସ୍ୟ ଗୋଲୋକ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଇନ୍ଦୁମତି ମହାନ୍ତି, ଅଶୋକ କୁମାର ପଲେଇ, ଦୋଳ ଗୋବିନ୍ଦ ମହାନ୍ତ, ସଂଯୁକ୍ତା ଭୁଜବଳ, ରାଜଲକ୍ଷ୍ମୀ ଦାସ, ଗିଗମା ଦାସ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିବା ବେଳେ, ବଳାଙ୍ଗୀ ସେନାର କୁମାରେଶ ନାୟକ, ସନତ ବାରିକ, ମିଥୁନ ବାରିକ, ଶିଶିର ଭୁଜବଳ, ଦିଲ୍ଲୀପ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ଆଗାମୀ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସଂନ୍ଧ୍ୟା 7ଟାରୁ ରାତ୍ର 9ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଜଣାଯାଇଛି.
