📰 ରେନବୋ ପବ୍ଲିକ୍ ସ୍କୁଲ୍ ଓ ରେନବୋ କିଡ୍ସ ପ୍ଲେ ସ୍କୁଲ୍, ବରଗଡ଼ରେ ବାର୍ଷିକ ଉତ୍ସବ ଆୟୋଜିତ (୨୦୨୫,୨୬ )
ବରଗଡ :୦୮/୦୪(ନି, ପ୍ର) ବରଗଡ଼, ୨ ଏପ୍ରିଲ୍:
ରେନବୋ ପବ୍ଲିକ୍ ସ୍କୁଲ୍ ଓ ରେନବୋ କିଡ୍ସ ପ୍ଲେ ସ୍କୁଲ୍, ବରଗଡ଼ରେ ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ବହୁ ଧୁମଧାମରେ ଆୟୋଜିତ ହୋଇଥିଲା। ଏହି କାର୍ୟକ୍ରମରେ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଅତିଥି ଜ୍ୟୋତିକାନ୍ତ ସାହୁ (ଡି.ଇ.ଓ., ବରଗଡ଼) ଉପସ୍ଥିତ ଥିଲେ। ତାଙ୍କର ଉପସ୍ଥିତି କାର୍ୟକ୍ରମକୁ ଅଧିକ ଗୌରବାନ୍ୱିତ କରିଥିଲା।
ଏହି କାର୍ୟକ୍ରମଟି ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମେହେର ଓ ସମ୍ପାଦକ ଚନ୍ଦନ ରଥ ଙ୍କ ନିର୍ଦ୍ଦେଶନାରେ ସଫଳତାର ସହ ଆୟୋଜିତ ହୋଇଥିଲା। ସେମାନେ ସମସ୍ତ ଅତିଥିଙ୍କୁ ସମ୍ମାନ ସ୍ୱରୂପ ସମ୍ମାନିତ କରିଥିଲେ।
ଏହି ଅବସରରେ ଆକର୍ଷଣୀୟ ଫ୍ୟାଶନ୍ ଶୋ, ଉତ୍ସାହଜନକ ମାର୍ଶାଲ୍ ଆର୍ଟସ୍, ଓ ବିବିଧ ରଙ୍ଗିନ ସାଂସ୍କୃତିକ କାର୍ୟକ୍ରମ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।
ଶେଷରେ ମିନତୀ ଶତପଥୀ ଏବଂ ମୋନାଲିସା ମିଶ୍ର ଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସେମାନେ ସମସ୍ତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆଭାର ଜଣାଇଥିଲେ।
ଏହି ବାର୍ଷିକ ଉତ୍ସବ ସଫଳତାର ସହ ଶେଷ ହୋଇ ସମସ୍ତଙ୍କ ମନରେ ଅମିଟ ସ୍ମୃତି ରଖିଯାଇଛି।
