ଓଡିଆ ପକ୍ଷ ପାଳନ ଅବସରେ ରକ୍ତଦାନ ଶିବିର ଆୟୋଜିତ
ବରଗଡ଼: ୦୮.୦୪.(ନି, ପ୍ର )
ରକ୍ତଦାନ ମହାପୂଣ୍ୟ । ରକ୍ତଦାନ ଦ୍ଵାରା ସୁରକ୍ଷିତ ହୁଏ ବହୁମୂଲ୍ୟ ଜୀବନ । ଏନେଇ ସଚେତନତାକୁ ବ୍ୟାପକ କରିବା ସହ ରାଜ୍ୟରେ ରକ୍ତର ଆବଶ୍ୟକତା ପୂରଣ ତଥା ସାମାଜିକ ପ୍ରତିବଦ୍ଧତା ବୃଦ୍ଧି କରିବା ଏବଂ ଜୀବନ ରକ୍ଷାରେ ରକ୍ତଦାନର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଓଡ଼ିଆ ପକ୍ଷ ଅବସରରେ ଆଜି ସାରା ରାଜ୍ୟରେ ପାଳିତ ହେଉଛି “ରକ୍ତଦାନ ଅଭିଯାନ” ।
ଏହି ପରିପ୍ରେକ୍ଷିରେ, ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଏବଂ ରୋଗୀ କଲ୍ୟାଣ ସମିତି ତରଫରୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଶିବିରରେ ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ, କର୍ମମଚାରୀ ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ରକ୍ତର ଆବଶ୍ୟକତା ପୂରଣ ପାଇଁ ନିଜ ସାମାଜିକ ପ୍ରତିବଦ୍ଧତାକୁ ଦୃଢ କରିବା ସହ ରକ୍ତ ଦାନ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ କୁବେର ଚନ୍ଦ୍ର ମହନ୍ତ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ।
