*ମା ବେଲରାଣୀ ଯାତ୍ରା ଉତ୍ସବ ଉଦ୍ଯାପିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୪.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚତିଆଗୁଡ଼ା ଗ୍ରାମ ଠାରେ *ମା ବେଲରାଣୀ ଯାତ୍ରା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟା ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯେଉଁ ଜାତିର କଳା ସଂସ୍କୃତି ଓ ପରମ୍ପରା ଯେତେ ଉନ୍ନତ ସେହି ସମାଜ ସେତେ ସମୃଦ୍ଧ ବୋଲି କହିଥିଲେ। ସଂସ୍କୃତି ବିନା ମଣିଷ ବଞ୍ଚିବା ସମ୍ଭବ ନୁହେଁ। ଅନୁଷ୍ଠିତ ସଭାରେ ପାଳନ କମିଟି ସଭାପତି ପ୍ରଶ୍ନନ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ସରପଞ୍ଚ ସଙ୍ଘ ସଭାପତି ଖୁଟୁରାମ ସୁନାନୀ, ସିନାପାଲି ରେଞ୍ଜର କାମେଶ୍ୱର ତାଣ୍ଡି ଯୋଗ ଦେଇଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶା ଲବ୍ଧ ପ୍ରତିଷ୍ଠିତ ସମ୍ବଲପୁରୀ ଗାୟକ ରକୁ ସୁନା, ବଲାଙ୍ଗୀର ର ବଡ ସନ୍ ଘୁଡ଼କା, ଭଳି ଅନେକ ଦଳ ନିଜ କଳା ପ୍ରଦର୍ଶନ କରିଥିଲେ। ଖଡିଆଳ ବିଧାୟକ ଜଣେ କଳାକାର ଏବଂ କଳା ପ୍ରେମୀ ହେବା ରୁ ନିଜେ ମଧ୍ୟ ସମ୍ବଲପୁରୀ ଗୀତ ଗାଇବା ସହ ଘୁଡକା ବାଲା କଳାକାରଙ୍କ ସହ ନୃତ୍ୟ କରିଥିଲେ। ସମ୍ବଲପୁରୀ ବାଦ୍ୟ ଗୀତରେ ଅନେକ ମାଧୁର୍ଯ୍ୟ ଥିବା ବେଳେ ସାଧାରଣ ବ୍ୟକ୍ତି ଙ୍କୁ ମଧ୍ୟ ଝୁମି ଦେବାର କ୍ଷମତା ରହିଅଛି। ତିନି ଦିନ ବ୍ୟାପି ଅନୁଷ୍ଠିତ ଏହି ମା ବେଲରାଣୀ ଯାତ୍ରା ଉତ୍ସବ ସଫଳତା ସହ ସମାପନ ହୋଇଅଛି। କାଳବୈଶାଖୀ ପ୍ରଭାବ ସତ୍ତ୍ୱେ ଯାତ୍ରା ଉତ୍ସବକୁ ସମାପନ କରିଛନ୍ତି।
