(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
କୋକସରା ଥାନା ଛଞ୍ଚାଣ ବାହାଲି ଗ୍ରାମ ପଞ୍ଚାୟତ ପଲସପାଣି ଗ୍ରାମରେ ଟ୍ରାକଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ଘଟିଛି।
ମୃତ ନାବାଳକ ଜଣକ ପଲସ ପାଣି
ଗ୍ରାମର ଦେବେନ୍ଦ୍ର ହଂସ ଙ୍କ ଆଠ ବର୍ଷର ପୁଅ କ୍ରଶ ହଂସ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ
ସେହି ଗ୍ରାମର ଏକ ଟ୍ରାକ୍ଟରରେ ବସି
ଆସୁଥିବା ସମୟରେ ଟ୍ରାକ୍ଟର ଅଚାନକ ଓଲଟି ପଡ଼ି ପଡି ଯିବାରୁ
ଟ୍ରାକ୍ଟର ତଳେ ଚାପି ହୋଇ ଘଟଣା
ସ୍ଥଳରେ ହିଁ କ୍ରିଶର ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର
ପାଇଁ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚ ଶବ ଜବତ କରି କୋକସରା ଡାକ୍ତର ଖାନାକୁ
ପଠାଇ ଥିବା ବେଳେ ବର୍ତ୍ତମାନ ଶବ ବ୍ୟବଛେଦ ହେବା ନେଇ ଜଣା
ପଡ଼ିଛି। ଏନେଇ କୋକସରି ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି
ରହିଛି।
