ସୋର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଟେଣ୍ଡର ଅନିୟମିତତାର ତଦନ୍ତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଅନିୟମିତତା ର ଛାଟ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ଖାତା,ପୋଷାକ ଓ ଜୋତା ପାଇଁ ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଏକ ଟିମ୍ ସୋର ବିଇଓ ଅଫିସ ଆସି ତଦନ୍ତ କରିଛି। ସୂଚନା ଅନୁସାରେ ସୋର ଓ ବାହାନଗା ଉଭୟ ବ୍ଲକର ଗୋଷ୍ଠୀ ଶିକ୍ଷାଅଧିକାରୀ ଦାୟିତ୍ୱରେ ସୋମରାଣୀ ସେଠି ଅଛନ୍ତି। ଗତ ବର୍ଷ ଉଭୟ ବ୍ଲକର ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ତରଫରୁ ଆସିଥିବା ଜୋତା,ପୋଷାକ ଓ ଖାତା ବଣ୍ଟନ ପାଇଁ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା। ଏନେଇ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ତଦନ୍ତ କରିବାକୁ ଦାବି କରିଥିଲେ। ଯାହାକୁ ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ପୂର୍ଣ୍ଣିମା ଦାସ ସୋର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମାଜସେବୀ ଶ୍ରୀ ବେହେରାଙ୍କ ଉପସ୍ଥିତିରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯିବା ସହିତ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ସମୟରେ ଗୋଷ୍ଠୀ ଶିକ୍ଷାଧିକାରିଣୀ ଶ୍ରୀମତୀ ସେଠୀ ଆବଶ୍ୟକୀୟ କାଗଜପତ୍ର ଦର୍ଶାଇ ପାରି ନଥିବାରୁ ସେ ଏହି ତଦନ୍ତକୁ ପୁନଶ୍ଚ ସଠିକ ଓ ନିରପେକ୍ଷ ଭାବେ କରିବାକୁ ଅଭିଯୋଗ କାରି ତଦନ୍ତ କାରୀ ଟିମ୍ ଦାବି କରିଛନ୍ତି। ବିଇଓ ଶ୍ରୀମତୀ ସେଠୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ରଖିନଥିଲେ। ତଦନ୍ତ ସମ୍ପର୍କରେ ତଦନ୍ତ କାରୀ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବା ବେଳେ ସୋର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନିଜ ଆଡୁ ସାମ୍ବାଦିକ ମାନଙ୍କୁ ଘଟଣା ସମ୍ପର୍କରେ ଅବଗତ ନକାରାଇ ଅଯୁକ୍ତିକ ଯୁକ୍ତି କରିଥିଲେ। ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ଓଡ଼ିଆ ପକ୍ଷ ଚାଲୁଥିବା ବେଳେ ବ୍ଲକ ଶିକ୍ଷାଧିକାରିଣୀ ଶ୍ରୀମତୀ ସେଠି ସାମ୍ବାଦିକ ମାନଙ୍କୁ ” ହ୍ବାଏ ୟୁ ହାରାସିଙ୍ଗ ମି ” କହି ଆକ୍ଷେପ କରିବା ସହ ଚିଇଁକି ଉଠିଥିଲେ । ତଦନ୍ତ ଚାଲିଛି , ତଦନ୍ତ ସରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରିଣୀ ପୂର୍ଣ୍ଣିମା ଦାସ କହିଛନ୍ତି।
