(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)ଓଡ଼ିଶା ବିଧାନ ସଭାର ପବିତ୍ର ଗୃହରେ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମହୋଦୟ କଳାହାଣ୍ଡି ଜିଲ୍ଲା ରେ କୃଷି ବିଶ୍ବିଦ୍ୟାଳୟ ସ୍ଥାପନ ଉପରେ ପ୍ରଶ୍ନ କରିଥିବାରୁ ଆମେ ଧନ୍ୟବାଦ୍ ଜଣାଉଛୁ, କିନ୍ତୁ ତାଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ କୃଷି ବିଦ୍ୟାଳୟ ସ୍ଥାପନ ନେଇ କୌଣସି ଯୋଜନା ନାହିଁ ବୋଲି ରୋକ୍ ଠୋକ୍ ମନା କରି ଥିବା ଉତ୍ତରକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପ୍ରକାଶ ଥାଉକି କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦ ସହ ଅନ୍ୟାନ୍ୟ ସଙ୍ଗଠନ ମାନେ ଦୀର୍ଘଦିନ ରୁ ଏହି ଦାବୀ କରି ଆସୁଥିଲୁ ଏବଂ ଆମର ପୂର୍ବତନ ମୁଖ୍ୟ ମନ୍ତ୍ରୀ ମଧ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଆମକୁ ଆଶ୍ଵାସନା ଦେଇ ଥିଲେ ଜେ ଯଦି ଭବିଷ୍ୟତରେ ଓଡ଼ିଶାରେ ଦ୍ଵିତୀୟ କୃଷି ବିଶ୍ବିଦ୍ୟାଳୟ ସ୍ଥାପନ ହୁଏ ତେବେ କଳାହାଣ୍ଡି ଜିଲ୍ଲାରେ ହିଁ ନିଶ୍ଚିତ ରୂପେ ସ୍ଥାପନ ହେବ ବୋଲି। କିନ୍ତୁ ବର୍ତ୍ତମାନ ର ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଥିବାରୁ ଆମେ ପ୍ରତିବାଦ ଜଣାଉଛୁ ଓ କଳାହାଣ୍ଡିର ବିକାଶ ପାଇଁ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ପାଇଁ ସରକାର ପାଖରେ ଜୋରଦାର ଦାବୀ କରିବାକୁ ନିଷ୍ପତ୍ତି ନେଇଛୁ, ଏଥିରେ ଆପଣ ମାନଙ୍କ ସହଯୋଗ କାମନା କରୁଛୁ। (ବିଶ୍ଵନାଥ କର, ସମ୍ପାଦକ, କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦ) 🙏
