ଶିଶୁ ପତ୍ରିକା ସମ୍ପାଦକ ସମିଳନୀ ରେ ଡ. ବିଜୟ ମହାରଣା ସମ୍ବର୍ଦ୍ଧିତ
ବ୍ରହ୍ମପୁ ର (-06/04) ନିଖିଳ ଉତ୍କଳ ପରଶମଣି ଶିଶୁ ସାହିତ୍ୟ ସଂଗଠନ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଶିକ୍ଷ୍l କେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ ପ୍ରଥମ ଶିଶୁ ସାହିତ୍ୟ ସମ୍ପାଦକ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଶିଶୁ ସାହିତ୍ୟିକ ଡ. ନରେନ୍ଦ୍ର ପ୍ରସାଦ ଦାସ ଙ୍କ ପୌରାହିତ୍ୟ ରେ ଡ଼. ମହେଶ୍ୱର ମହାନ୍ତି ମୁଖ୍ୟ ଅଥିତି, ଡ. ମନୀନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ସଂମ୍ମାନିତ ଅଥିତି ଭାବେ ବୀରେନ୍ଦ୍ର କୁମାର ସାମନ୍ତ ରାୟ, ଅନସୂୟା ନନ୍ଦ ଯୋଗ ଦେଇଥିଲେ l ଡ. ରାମଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଓ ସମ୍ପାଦକ ସୁଶାନ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ସାରା ରାଜ୍ୟରୁ 72 ଜଣ ପତ୍ରିକା ସମ୍ପାଦକ ଯୋଗ ଦେଇଥିଲେ l ସରକାରୀ ଓ ବେସରକାରୀ ସ୍ତରରେ ପତ୍ରିକା ପ୍ରକାଶନ ପାଇଁ ପ୍ରୋଛାହନ କରିବା ଜରୁରୀ ବୋଲି ଅଥିତି ମାନେ ମତ ପୋଷଣ କରିଥିଲେ l ଏହି ଅବସର ରେ ଗଞ୍ଜାମ ଜିଲ୍ଲା ରୁ ପ୍ରକାଶିତ ଶିଶୁଦୁନିଆ ଓ ଉତ୍କଳିକା ପତ୍ରିକା ର ସମ୍ପାଦକ ଡକ୍ଟର ବିଜୟ ଚନ୍ଦ୍ର ମହାରଣା ଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ଏହି ସମ୍ବର୍ଦ୍ଧନା ମିଳିଲା ପରେ ନିଖିଳ ଉତ୍କଳ ବରିଷ୍ଠ କଳାକାର ମହାସଂଘ ର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, ଶିଶୁ ସାହିତ୍ୟିକ ସୁଶାନ୍ତ କର, ଶଙ୍କର୍ଷଣ ତ୍ରିପାଠୀ ଓ ଶିକ୍ଷାବିତ୍ତ ଲିଙ୍ଗରାଜ ଜେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l
