*ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପ୍ରବୃଦ୍ଧ ନାଗରିକ ସଙ୍ଗୋଷ୍ଠୀ*
*ଦେଶ, ସମାଜ, ଓ ଧର୍ମ ପ୍ରଥମ -ଦୁର୍ଗା ଚରଣ ସାହୁ, କ୍ଷେତ୍ର କାର୍ଯ୍ୟବାହ, ଆଇ ଏସ ଏସ*
ତାଳଚେର :ତା 5/4/2026:
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ର ଯୋଜନା ଅନୁଯାୟୀ ତାଳଚେର ନଗର ତରଫରୁ” ପ୍ରବୃଦ୍ଧ ନାଗରିକ ସଂଗୋଷ୍ଠୀ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ ଦାସ, ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ବିଚାର ଉପରେ ପ୍ରକାଶ କରିଥିଲେ |ମୁଖ୍ୟ ବକ୍ତା ଭାବରେ ପ୍ରଧ୍ୟାପକ ତଥା ଆର ଏସ ଏସ ର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାଚରଣ ସାହୁ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦେଶ, ସମାଜ ଓ ଧର୍ମ ପ୍ରଥମ ଆଧାରରେ କାର୍ଯ୍ୟରତ ବୋଲି ପ୍ରକାଶ କରିଥିଲେ |ଶତାବ୍ଦୀ ବର୍ଷରେ ସଂଘ ର 135000 ସ୍ଥାନରେ ଶାଖା ଚାଲିଛି, ବିଦେଶରେ 62 ଦେଶରେ ସଂଘ ର କାର୍ଯ୍ୟକ୍ରମ ଚାଲିଛି |ସଂଘ ଏକ ସଂସ୍ଥା କିମ୍ବା ସଂଗଠନ ନୁହେଁ ଏହା ଏଭଲ୍ୟୁସନ ଅଫ ଲାଇଫ ଅଫ ହିନ୍ଦୁ ନେସନ ବୋଲି ସେ କହିଥିଲେ |ସଂଘ ର ମୂଳ କାର୍ଯ୍ୟ ସମାଜ ପରିବର୍ତନ ବୋଲି ସେ କହିଥିଲେ |ଶତାବ୍ଦୀ ବର୍ଷରେ ପଞ୍ଚ ପରିବର୍ତନ ଉପରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ |350 ରୁ ଉର୍ଦ୍ଧ ବୁଦ୍ଧିଜୀବୀ ଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ ଶ୍ରୀଯୁକ୍ତ ସାହୁ |ସମ୍ମାନିତ ଅତିଥି ଅନୁଗୋଳ ଜିଲ୍ଲା ସଂଘ ଚାଳକ ବିଜୟ କୁମାର ସାହୁ, ତାଳଚେର ନଗର ସଂଘ ଚାଳକ ପ୍ରମୋଦ କୁମାର କୁଣ୍ଡ ମଞ୍ଚାସୀନ ଥିଲେ। ଉକ୍ତ ବୁଦ୍ଧିଜୀବୀ ସମ୍ମିଳନୀରେ ତାଳଚେର ଅଞ୍ଚଳର ଡାକ୍ତର,ଇଂଜିନିୟର, ବୈଜ୍ଞାନିକ,ଓକିଲ, ସାମ୍ବାଦିକ, ଗବେଷକ,ଅଧ୍ୟାପକ, ପ୍ରଧ୍ୟାପକ, ଶିକ୍ଷକ, ଅବସରପ୍ରାପ୍ତ ସୈନିକ, ବ୍ୟବସାୟୀ, ସମାଜସେବୀ,ଶ୍ରମିକ ନେତା,କଳାକାର, ବିଭିନ୍ନ ଧାର୍ମିକ ବ୍ୟକ୍ତି ଇତ୍ୟାଦି ୧୧ଟି ବୃତ୍ତି ର ବୁଦ୍ଧିଜୀବୀ ଗଣ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥି, ଜିଲ୍ଲା କାର୍ଯ୍ୟବାହ ଅନିଲ ମହାନ୍ତି, ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ର ସହ ସଂଯୋଜକ ପର୍ଶୁରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |
