**ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ଉତ୍ସାହର ସହ ପାଳିତ। ଚାଲ ରେ ପିଳେ ସ୍କୁଲ ଜିମା, **
ନୂଆପଡା (ମିଖାଏଲ ନନ୍ଦ)
ତା. ୦୪/୦୪:
ନୂଆପଡ଼ା ସଦର ମହକୁମା ସ୍ଥିତ ପି.ଏମ୍ ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଦାତା ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଗରିମାମୟ ଉପସ୍ଥିତିରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ନବ ଶିଶୁମାନଙ୍କୁ ଖଡ଼ିଛୁଆଁ କରାଯାଇ ତାଙ୍କର ଶିକ୍ଷାଜୀବନର ଶୁଭାରମ୍ଭ କରାଯାଇଥିଲା। ନବ ଭର୍ତ୍ତି ଶିଶୁମାନଙ୍କୁ ପାଠ୍ୟପୁସ୍ତକ, ବ୍ୟାଗ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ମଧ୍ୟରେ ବିଭିନ୍ନ କଉତୁକିଆ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ସମ୍ମାନିତ ଅତିଥି ଭାବେ ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାଏକ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଗୀତାରାଣୀ ଯୋଶୀ, ଶିକ୍ଷାବିତ୍ ଡ଼ଃ ଶିବପ୍ରସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ପ୍ରଧାନ ଶିକ୍ଷକ ଗୋଲାପ ଚନ୍ଦ୍ର ସାହୁ, ଯୋଗ ଦେଇଥିଲେ।
