ଏଲ୍ପିଜି ରନ୍ଧନ ଗ୍ୟାସ ଓ ପେଟ୍ରୋଲିୟମ ଯୋଗାଣ ସମ୍ପର୍କରେ ସମନ୍ୱୟ ବୈଠକ ଅନୁଷ୍ଠିତ
ଦେବଗଡ଼ : ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ଓ ବଣ୍ଟନ ସମ୍ପର୍କରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ଓ ପେଟ୍ରୋଲିୟମ ଉତ୍ପାଦର ସୁଚାରୁ ଯୋଗାଣ ନିଶ୍ଚିତ କରିବା ସହ ଗ୍ୟାସ କଳାବଜାର ରୋକିବା ପାଇଁ କଠୋର ନଜରଦାରି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଅତ୍ୟଧିକ ଗ୍ୟାସ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ସହ ସିଲିଣ୍ଡରର ସୁରକ୍ଷିତ ଓ ସଠିକ୍ ବ୍ୟବହାର ପ୍ରତି ସଚେତନତା ବଢ଼ାଇବାକୁ ଆଲୋଚନା କରାଯାଇଥିଲା।
ଏହା ସହିତ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ୟାସ ବ୍ୟବହାର ହେଉଥିବା ରୋଷେଇ ଘରର ନିୟମିତ ଯାଞ୍ଚ କରିବା, ଏବଂ ଡାକ୍ତରଖାନା, ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର ଓ ଜେଲଖାନାମାନଙ୍କରେ ଗ୍ୟାସ ଯୋଗାଣ ଓ ବ୍ୟବହାର ଉପରେ ସତର୍କ ନଜର ରଖିବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଧୀରଜ ଚପରଦାର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶ୍ରୀନିବାସ ଜାନୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁରତୀ ପ୍ରଧାନ, ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ଓଝା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
