*ପ୍ରୟାଗରାଜ ରେ ବାବା ଓମାନନ୍ଦ ସରସ୍ବତୀ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରୁଦ୍ର ପାଣି ଙ୍କ ଶୋକ*
ଅନୁଗୁଳ/ତାଳଚେର :ତା 4/4/2026: ଉତ୍ତର ପ୍ରଦେଶ ର ପ୍ରୟାଗରାଜ ରେ ଯୋଗ ବେଦାନ୍ତ ମଠରେ ମହନ୍ତ ଥିବା ବାବା ଓମାନନ୍ଦ ସରସ୍ବତୀ ଙ୍କର ଗତକାଲି ରାତ୍ରୀ ରେ ବ୍ରହ୍ମଲିନ ହୋଇଯାଇଛି |ଅନୁଗୁଳ ଜିଲ୍ଲା ର ତତ୍କାଳୀନ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର କମସଲା ତାଙ୍କର ପୈତୃକ ଗ୍ରାମ |ପଣ୍ଡିତ ସ୍ବର୍ଗତ ସଦାଶିବ ତ୍ରିପାଠୀ ଙ୍କ ସେ ପୁଅ ଥିଲେ ତାଙ୍କର ନାମ ବିଜୟ କୁମାର ତ୍ରିପାଠୀ | ସେ 1984 ମସିହାରେ ଚାଙ୍ଗୁଡ଼ିଆ ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ | ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ |ସେତେବେଳେ ଆଠମଲ୍ଲିକ ବିଧାନସଭା ର ବିଧାୟକ ପ୍ରାର୍ଥୀ ଭାବେ ତାଙ୍କର ନାମ ଚର୍ଚ୍ଚା ହେଉଥିଲା |ତତ୍କାଳୀନ ରାମ ମନ୍ଦିର ଆନ୍ଦୋଳନ ରେ ସାମିଲ ହୋଇ 1990 ମସିହା ପୂର୍ବରୁ ସେ ଅଯୋଧ୍ୟା ଯାଇଥିଲେ |ସେଠାରୁ ସେ ଆଉ ନଫେରୀ 1990 ଦଶକରେ ତାଙ୍କୁ ପ୍ରୟାଗ ରାଜ ତ୍ରିବେଣୀ କୂଳରେ ଯୋଗ ବେଦାନ୍ତ ମଠ ର ମହନ୍ତ ଭାବେ ଅଭିଷିତ କରାଯାଇଥିଲା |ସେହିଦିନ ଠାରୁ ସେ ପ୍ରୟାଗରାଜ ର ଯୋଗ ବେଦାନ୍ତ ମଠରେ ମହନ୍ତ ଭାବେ ରହି ଆସୁଥିଲେ |ଗତକାଲି ରାତ୍ରିରେ ତାଙ୍କର ବିୟୋଗ ଘଟିଛି |ତାଙ୍କରି ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିଛନ୍ତି |ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି |ସେହିଭଳି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି |
