*ଶତାବ୍ଦୀ ବର୍ଷରେ ସଂଘ, ଏପ୍ରିଲ 5 ରେ ପ୍ରଭୁଦ୍ଧ ନାଗରିକ ସଂଗୋଷ୍ଠୀ ପାଇଁ ପ୍ରସ୍ତୁତି*
ତାଳଚେର : ତା 3/4/2026: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶତବାର୍ଷିକୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁ ରହିଛି |ପଥ ସଞ୍ଚଳନ, ଗୃହ ସମ୍ପର୍କ, ଯୁବା ସମ୍ମିଳନୀ, ହିନ୍ଦୁ ସମ୍ମିଳନୀ, ସାମାଜିକ ସଦଭାବନା ବୈଠକ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁ ରହିଛି |ଶତାବ୍ଦୀ ବର୍ଷରେ ସଂଘ ବିଷୟ ଉପରେ ଏକ ପ୍ରବୁଦ୍ଧ ନାଗରିକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଆସନ୍ତା ଏପିଲ ୫ ତାରିଖ ରେ ଅନୁଷ୍ଠିତ ହେବ |ତାଳଚେର ଦେଉଳବେଡା ଡିସିଆଇ କ୍ଲବ ଠାରେ ଉକ୍ତ କାର୍ଯ୍ୟକ୍ରମ ସନ୍ଧ୍ୟା ଚାରି ଟାରେ ଅନୁଷ୍ଠିତ ହେବ |ଏଠାରେ 100 ବର୍ଷ ରେ ସଂଘ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ସ୍ଥାନିତ ହେବ |ଉକ୍ତ ସମ୍ମିଳନୀ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେବେ |ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମେଜର ସୁବ୍ରତ ଦାସ ଙ୍କ ସଂଯୋଜନା ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |ସମାଜ ର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତଥା ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବେ |ଉକ୍ତ କାର୍ଯ୍ୟକ୍ରମ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ସଂଘ ର ତଥା ବିବିଦ୍ଧ କ୍ଷେତ୍ରର କାର୍ଯ୍ୟକର୍ତା ସମାଜର ବିଭିନ୍ନ ବର୍ଗର ନାଗରିକ ଉକ୍ତ ପ୍ରସ୍ତୁତି ବୈଠକ ରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ | ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥି, ଜିଲ୍ଲା କାର୍ଯ୍ୟବାହ ଜ୍ୟୋତିର୍ବିଦ ଅନିଲ ମହାନ୍ତି, ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ, ଜିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ଅଶୋକ ଲାଲ ଅଗ୍ରୱାଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ନଗର ସଂଘ ଚାଳକ ପ୍ରମୋଦ କୁଣ୍ଡୁ, ନଗର କାର୍ଯ୍ୟବାହ, ସୂର୍ଯ୍ୟକାନ୍ତ ମହାନ୍ତି, କାର୍ଯ୍ୟକ୍ରମ ର ସହ ସଂଯୋଜକ ପର୍ଶୁରାମ ବାରିକ,ଜିଲ୍ଲା ସଦଭାବନା ପ୍ରମୁଖ ଶ୍ରୀନିବାସ ଖୁଣ୍ଟିଆ, ପ୍ରଧାନ ଆଚାର୍ଯ୍ୟ ଗୌରହରୀ ନନ୍ଦ, ସ୍ୱୟଂ ସେବକ ରଂଜିତ ମହାପାତ୍ର, ସନ୍ତୋଷ ସାହୁ, ବାଉରୀ ବନ୍ଧୁ ବେଜ, ଶମ୍ଭୁନାଥ ବେହେରା, ମାନସ ପରିଡା, ବରୁଣ ସାହୁ, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ ,ଜ୍ୟୋତି ଶଙ୍କର ରାୟ, ସୁକାନ୍ତ ରାୟ, ଭରତ ଭୁତିଆ, ଚନ୍ଦନ ପ୍ରଧାନ, ସୁରଭି ସ୍ୱାଇଁ, ମମିତା ବେହେରା, ଡ଼ ଟୁନା ସାହୁ, ଇଂ ଜୟନ୍ତ ମିଶ୍ର, ଅଜୟ ସାହୁ, ବିନ୍ଦା ସିଂହ, ଦିପେନ୍ଦ୍ର ସିଂହ, ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
