*ଖଡିଆଳ ଯୁଡ଼ିଶୁଆଳ ବାର ଏସୋସିଏସନ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ, ସ୍ବାଗତ ସମ୍ବର୍ଦ୍ଧନା*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ଯୁଡ଼ିଶୁଆଳ ବାର ଏସୋସିଏସନ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଶପଥ ଗ୍ରହଣ ସଭା ରେ ପୂର୍ବତ୍ତନ ସଭାପତି ପ୍ରତାପ କିଶୋର ଜଗତ ଅଧ୍ୟକ୍ଷତା କରିଥିବା ବେଳେ ଶପଥ ଗ୍ରହଣ ଦାୟିତ୍ବ ନିର୍ବାହ କରିଥିବା ବରିଷ୍ଠ ଆଇନଯିବି ଶିବ ପ୍ରସାଦ ମେହେର ଯୋଗ ଦେଇଥିଲେ। ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ନୂତନ ସଭାପତି ରୂପେ ଗିରିଧାରୀ ବିଭାର ପଦ ଓ
ଗୋପନୀୟତାର ଶପଥ ନେଇ ନିଜ ଦାୟିତ୍ୱ ନିର୍ବାହ ପାଇଁ ଆହ୍ବାନ କରିଥିଲେ। ସେହିପରି ସମ୍ପାଦକ ରୂପେ ମନୋରଞ୍ଜନ ରାଉତ, ଉପସଭାପତି ରୂପେ ପୂର୍ଣ୍ଣ ଚନ୍ଦ୍ର ମେହେର, ଯୁଗ୍ମ ସମ୍ପାଦକ ରୂପେ ବିଦ୍ୟୁତ୍ ପ୍ରଭା ମେହେର, କୋଷାଧକ୍ଷ ରୂପେ ଜୟ ପ୍ରକାଶ ପଣ୍ଡା,ଲାଇବ୍ରେରୀ ସମ୍ପାଦକ ବିଶ୍ୱ ବିଜୟ ସିଂ ବାରିକ ପଦ ଓ ଗୋପନୀୟତା ର ଶପଥ ନେଇଥିଲେ। ଖଡ଼ିଆଳ ଯୁଡ଼ିଶୁଆଳ ବାର ଏସୋସିଏସନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟ କୌଣସି ସଦସ୍ୟ ସେହି ପଦ ପାଇଁ ନାମାଙ୍କନ ଦାଖଲ କରିନଥିଲେ। ଫଳରେ ସମସ୍ତ କର୍ମକର୍ତ୍ତା ନିଦ୍ୱନ୍ଦରେ ବିଜୟୀ ହୋଇଛନ୍ତି। ବରିଷ୍ଠ ନିର୍ବାଚନ ଅଧିକାରୀ ସାରଦା ପ୍ରସାଦ ପଣ୍ଡା ଏବଂ ସହକାରୀ ନିର୍ବାଚନ ଅଧିକାରୀ ରବୀନ୍ଦ୍ର କୁମ୍ଭାର ଙ୍କୁ ସମ୍ବର୍ଦ୍ଧତ କରିଥିଲେ।
