*ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ସଭା କକ୍ଷ ଠାରେ ଓଡ଼ିଆ ପକ୍ଷ ପାଲନ ନେଇ ଏକ ଦିବସୀୟ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୪.
ଓଡ଼ିଶା ସାହିତ୍ୟ ଏକାଡେମୀ o ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଅନୂକୂଲ୍ୟ ରେ ଓଡ଼ିଆ ପକ୍ଷ ପାଲନ ନେଇ ଏକ ଦିବସୀୟ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ କବି ନୀଳ ଲୋହିତ ସିଂ ଦେଓ ସଭା ମୁଖ୍ୟ ରୂପେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପ୍ରାଧ୍ୟାପିକା ଚିର ଶ୍ରୀ ଇନ୍ଦ୍ର ସିଂ ଯୋଗ ଦେଇ ସାହିତ୍ୟ ସାଧନା ସମାଜରେ ଅଲୌକିକ ପ୍ରତିଭା ଚୟନ୍ ପ୍ରକ୍ରିୟା ବୋଲି କହିଥିଲେ। କବି ଗୌରାଙ୍ଗ ଚରଣ ସାହୁ, କବି ବୈଷ୍ଣବ ମେହେର, ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ରେ ୧୦୦ ରୁ ଉର୍ଦ୍ଧ କବିତା ପଠନ ହୋଇଅଛି। ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ସହ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ କବି ଓ କବ୍ୟୟତ୍ରୀ ଯୋଗ ଦେଇଥିଲେ।
