ଦୁଇଟି ପିକପ୍ ବୋଝେଇ ଗାଡ଼ି ରୁ 8 ଟି ଗୋରୁ ଉଦ୍ଧାର ଦୁଇଟି ଗୋରୁ ମୃତ
ସ୍ଥାନ ପରଜଙ୍ଗ
ଭଞ୍ଜଦୂତ ଖବର
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଧା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଗୋ ଚାଲାଣ ବଢ଼ିଚାଲିଥିବାବେଳ ଆଜି ଅଁଳାକଟା ଗ୍ରାମଛକ ନିକଟରୁ ଦୁଇଟି ଗୋରୁ ବୋଝେଇ ପିକପ୍ ଗାଡି ଜବତ କରାଯିବା ସହିତ 8ଗୋରୁ ଉଦ୍ଧାର ହୋଇଥିବା ବେଳେ ଦୁଇ ଟି ଗୋରୁ ମୃତ ବରଣ କରିଛନ୍ତି ଗୋରୁ ମାଫିଆ ମାନେ ଗୋରୁ ବୋଝେଇ ପିକପ୍ ଗାଡି ନମ୍ବର ହେଉଛି OR 04L 2638 ଅନ୍ୟ ଗାଡ଼ି ନମ୍ବର OD 11,2577 ଲୋଡ୍ କରି ନେଇକି ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ପିଛା କରିଥିଲେ। ଅଁଳାକଟା ଗ୍ରାମ ଛକ ନିକଟ ଦେଇ ଯାଉଥିବା ବେଳେ ପୋଲିସ କାବୁ କରିଥିଲା ଦୁଇଟି ପିକପ ଜବତ ସହିତ 8ଟି ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ଦୁଇଟି ଗୋରୁ ମୃତ ବରଣ କରିଛନ୍ତି 5ରୁ 6ଜଣ ଗୋରୁ ମାଫିଆ ଦୁଇଟି ପିକପ ଛାଡ଼ି ଦୁଇ ଡ୍ରାଇଭର ଫେରାର ହୋଇଯାଇଥିଲେ ସେମାନେ କେଉଁ
ଅଞ୍ଚଳର ବୋଲି ଜଣାପଡ଼ିନାହି ଏମାନଙ୍କର ମୁଖ୍ୟ ମାଷ୍ଟର ମାଇଣ୍ଡି କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି
