ଉଡା ଯାତ୍ରା ନିମନ୍ତେ ପାଣି ଘଣ୍ଟ କୁ ପୂଜାର୍ଚ୍ଚନା।।
ସୋର (ସୋର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ):: ଉଡା ଯାତ୍ରା ପାଇଁ ପାଣି ଘଣ୍ଟ କୁ ପୂଜାର୍ଚ୍ଚନା। ସୂଚନାଯୋଗ୍ୟ ସୋର ବ୍ଲକ ଶିରାପୁର ଗ୍ରାମ ରେ ଥିବା ଦାଣ୍ଡ ଖେଳାଇ ଙ୍କ ଉଡା ଯାତ୍ରା ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେବ।ତା ପୂର୍ବରୁ ପାଣି ଘଣ୍ଟ, ନିଶା ଘଣ୍ଟ, ଝୁଣା ପାଟୁଆ, ନିଆଁ ପାଟୁଆ ଆଦି ପୂଜା ପ୍ରଦ୍ଧତ୍ତି ଅନୁଷ୍ଠିତ ହୁଏ।ପାଣି ଘଣ୍ଟ ଶନିବାର ଏବଂ ମଙ୍ଗଳବାର ମଧ୍ୟରାତ୍ରିରେ ବଳି ବାଶୁଳି,ଘଟ ବାଶୁଳି , ମଙ୍ଗଳା, ଗଡ଼ଚଣ୍ଡୀ , ହୁମା ପଶ୍ଚିମା ଆଦେଶ ରେ ଶିରାପୁର ଗାଁ ଗଡ଼ିଆ ରୁ ବାହାରି ଥାଏ। ଏହା ବାହାରିବା ପରେ ବିଭିନ୍ନ ଗ୍ରାମ ଭ୍ରମଣ କରିଥାଏ। ଠିକ୍ ସେହିପରି ଉଡା ଯାତ୍ରା ର ଦୁଇ ଦିନ ପୂର୍ବ ରୁ ନିଶା ଘଣ୍ଟ ବାହାରି ଥାଏ। ମନ୍ଦିର ପୂଜକ ମନୋରଞ୍ଜନ ପାଣିଗ୍ରାହୀ ଙ୍କ ପୂଜା ଏହି ଉଭୟ ଘଣ୍ଟ ପ୍ରସ୍ତୁତି ହୋଇଥାଏ। ଅନ୍ୟତମ ପୂଜକ ଭାବେ ରମାକାନ୍ତ ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ। ଅନ୍ୟ ଦାସି,ପାଟୁଆ ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
