ତନଭି ପବ୍ଲିକ ସ୍କୁଲ ର ଦ୍ୱାଦଶତମ ବାର୍ଷିକ ଉତ୍ସବ।
ହିଞ୍ଜିଳିକାଟୁ -ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ ଠାରେ ତନଭି ପବ୍ଲିକ ସ୍କୁଲ ର ଦ୍ୱାଦଶତମ ବାର୍ଷିକ ଉତ୍ସବ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ର ଗୋଷ୍ଠୀଶିକ୍ଷାଧିକାରୀ ଚାନ୍ଦିନୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଶିଶୁ ମାନେ ଭଲ ପାଠ ପଢି ଦେଶ ଜାତିର ଟେକ ରଖିବା ସହ ବର୍ତ୍ତମାନ ସମୟରେ ଶିଶୁ ମାନେ ମୋବାଇଲ ଠାରୁ ଦୁରେଇ ରହିବାକୁ ଶ୍ରୀମତୀ ପଣ୍ଡା ପରାମର୍ଶ ଦେଇଥିଲେ।ବେଲେଶ୍ୱର କଲେଜ ର ଶାରୀରିକ ଶିକ୍ଷକ ନୀଳାଞ୍ଚଳ ସାହୁ ମୁକବକ୍ତା ଭାବେ ଯୋଗଦେଇ ବାର୍ଷିକ ଉତ୍ସବ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ମାନୀତ ଅତିଥିଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପ୍ରଭାଷ ଚନ୍ଦ୍ର ପ୍ରଧାନ,ଅବସରପ୍ରାପ୍ତ ମେଡିକୋ ତଥା ହିଞ୍ଜିଳିବ୍ଲକ ର ଭଏସ ଚ୍ୟାରମେନ ସୁନୀଲ ଗନ୍ତାୟତ,ଏନ ୟୁ ପି ଧୋବାଡି ର ସହକାରୀ ଶିକ୍ଷକ ରଞ୍ଜନ କୁମାର ପଟ୍ଟନାୟକ,ସିକିରି କ୍ଲଷ୍ଟର ର ସିଆରସିସି ଗୋପାଳ କୃଷ୍ଣ ସ୍ୱାଇଁ, ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତି ରେ ଶିକ୍ଷା ର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ କାମରାଜୂ ସାବତ, ସଭାପତି ଅନନ୍ତ ସାବତ ଏବଂ ସମ୍ପାଦକ ନୀଳମାଧଵ ସାବତ ଏହି ବିଦ୍ୟାଳୟ କିପରି ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହୋଇପାରିଛି ଏବଂ ଅନୁଷ୍ଠାନ ପ୍ରତ୍ୟେକ ଶିଶୁ ର ଶିକ୍ଷା କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଙ୍ଗିକାରବଧ ବୋଲି ଅଭିଭାବକ ମାନଙ୍କୁ ଉଦବୋଧନ କରିଥିଲେ। ଏହି ଅବସରରେ ବର୍ଷସାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମେଡାଲ ଏବଂ ସାର୍ଟିଫିକେଟ ଦେଇ ପୁରସ୍କୃତ କରାଯାଇଥିଲା। ଶେଷରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପ୍ରସାଦ ସେବନ କରାଯାଇଥିଲା।
