ପୁଣି ଆଉଏକ ମାମଲାରେ ଅବକାଶ ସାହୁ ନିର୍ଦୋଷରେ ଖଲାସ
_______________________
ବୌଦ୍ଧ ତା 21/03 ବହୁ ଚର୍ଚିତ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ କ୍ରସର କ୍ଵାରୀ ବିରୋଧୀ ଆନ୍ଦୋଳନର ନେତା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କୁ ବିଭିନ୍ନ ମାମଲାରେ ଗିରଫ କରି ଜେଲ କୁ ଚାଲାଣ କରିଥିଲା ପରେ ଗୋଟିକ ପରେ ଗୋଟିଏ ମାମଲା ରଜ୍ଜୁ କରିଥିଲା l ଏପରିକି ଶ୍ରୀ ସାହୁଙ୍କ ଘରକୁ ମଧ୍ୟ ସେ ଜେଲରେ ଥିବା ସମୟରେ ତତ୍କାଳୀନ ପ୍ରଶାସନ ଆକ୍ରୋଶ ରଖିତାଙ୍କ ଅଫିସ ଗୃହକୁ ମଧ୍ୟ ଭାଙ୍ଗିଥିଲେ l ନଭେମ୍ବର 15 ତାରିଖରେ ଗିରଫ ହେବାପରେ 17 ନଭେମ୍ବର ତାଙ୍କ ନାମରେ ଏକ କ୍ରସର କମ୍ପାନୀ ପକ୍ଷରୁ ଏକ ଆଟ୍ରୋସିଟି ମାମଲା ରଜ୍ଜୁ ହୋଇଥିଲା ଯାହାର କେସନମ୍ବର ସ୍ପେସିଆଲଏସସି ଏସଟି 41/2022 l ଆଜି ମାନ୍ୟବର ଅତିରିକ୍ତଜିଲ୍ଲା ଦୌରାଜଜ ଏହି ମାମଲାରୁ ଶ୍ରୀଯୁକ୍ତ ସାହୁଙ୍କୁ ନିର୍ଦୋଷରେ ଖଲାସ କରିଥିବା ଜଣାଯାଇଛି l ଶ୍ରୀଯୁକ୍ତ ସାହୁ ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମିଶ୍ର ଏବଂ ଅମ୍ରିତ ପ୍ରଧାନ କେସ ପରିଚାଳନା କରୁଥିଲେ l
