ମା’ଙ୍କ ପୀଠରେ ପଣା ବିତରଣ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ।
୨୦.୩ — କେନ୍ଦୁଝର ଜିଲ୍ଲା ଇଷ୍ଟଦେବୀ ମା ତାରିଣୀଙ୍କ ୯୦ତମ ଚଇତି ପର୍ବରେ ଜିଲ୍ଲା ଯାଦବ ମହାସଭା ତରଫରୁ ପଣା ବିତରଣ ମହୋତ୍ସବର ଆୟୋଜନ ନିମନ୍ତେ ଘଟଗାଁ ବ୍ଲକ ଯାଦବ ସମିତିର ସଭାପତି ସୂର୍ଯ୍ୟମଣି ବାରିକଙ୍କ ଅଧ୍ୟକ୍ଷତାରେ ମା ତାରିଣୀଙ୍କ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାକୁ ପରିଚାଳନା କରିଥିଲେ ଘଟଗାଁ ବ୍ଲକ ସମ୍ପାଦକ ରୋହିତ ବେହେରା।ଏଥିରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନ,କାର୍ଯ୍ୟକାରୀ ସମ୍ପାଦକ ଅକ୍ଷୟ କୁମାର ଦାସ, ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ଦଶରଥ ବାରିକ, ସଂଗଠନ ସମ୍ପାଦକ ଜିତେନ୍ଦ୍ର ବେହେରା, ରାଜକିଶୋର ବାରିକ, ରମାକାନ୍ତ ପ୍ରଧାନ, ପ୍ରଫୁଲ୍ଲ କୁମାର ପ୍ରଧାନ, କୋଷାଧକ୍ଷ ରାଜେନ୍ଦ୍ର ମହାକୁଡ, ବରିଷ୍ଠ ଯାଦବ ନିରଞ୍ଜନ ବାରିକ, ଯୁବ ଯାଦବ ମୋର୍ଚ୍ଚା ଉପ ସଭାପତି ରୁଦ୍ର ପ୍ରସାଦ ବେହେରା, ପ୍ରାକ୍ତନ ଯୁବ ମୋର୍ଚ୍ଚା ସଭାପତି ଦାରୁବ୍ରହ୍ମ ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରତି ଘଣା,ଘଟଗାଁ ବ୍ଲକ ସଂଗଠନ ସମ୍ପାଦକ ମାନଗୋବିନ୍ଦ ବେହେରା, ବରିଷ୍ଠ ଯାଦବ ବାବୁଲାଲ ପଲେଇ, ରବି ବେହେରା,ସଞ୍ଜୟ ଗିରି, ମହିଳା ନେତ୍ରୀ ସନ୍ଧ୍ୟାରାଣୀ ବେହେରା,ସଦର ବ୍ଲକ ସଂସ୍କୃତି ବିଭାଗ ସଭାପତି ପ୍ରସନ୍ନ କୁମାର ଦାସ ଓ ପାଟଣା ବ୍ଲକ ସମ୍ପାଦକ ରଞ୍ଜନ କୁମାର ବାରିକ ପ୍ରମୁଖ ଯୋଗଦାନ କରି ପଣା ବିତରଣ ମହୋତ୍ସବ ଆୟୋଜନ ନିମନ୍ତେ ସୁଚିନ୍ତ୍ୟ ମତାମତ ପ୍ରଦାନ କରିଥିଲେ ।ସେମାନଙ୍କ ମଧ୍ୟରେ ପଣା ସାମଗ୍ରୀ ଆୟୋଜନ ନିମନ୍ତେ ଦାୟିତ୍ୱ ବଣ୍ଟନ କରାଗଲା । ପାଣ୍ଠି ସଂଗ୍ରହ ନିମନ୍ତେ କାର୍ଯ୍ୟକାରୀ ସମ୍ପାଦକ ତଥା କୋଷାଧକ୍ଷଙ୍କୁ ଦିୟିତ୍ଵ ଅର୍ପଣ କରାଗଲା । ଯୁବ ଯାଦବ ମୋର୍ଚ୍ଚା ଉପସଭାପତି ରୁଦ୍ର ପ୍ରସାଦ ବେହେରା କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ସଭାପତି ରୂପେ ମନୋନୀତ ହୋଇ ଥିବାରୁ ତାଙ୍କୁ ଯାଦବ ମହାସଭା ତରଫରୁ ସମ୍ବର୍ଦ୍ଧିତ କରାଗଲା ।
