ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସବୁଜ ବାହିନୀ ର ବୃକ୍ଷରୋପଣ।
ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଚାଲିଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଗୁଡ଼ିଆପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସବୁଜ ବାହିନୀ ର ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ।ଜଳବାୟୁ ର ପରିବର୍ତ୍ତନ ହେଉଥିବା ବେଳେ ତାପମାତ୍ରା ବଢ଼ିବାରେ ଲାଗିଛି ଯାହାଫଳରେ ଲୋକମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଜନସଂଖ୍ୟା ଯେଉଁ ହାରରେ ବଢୁଛି ସେହି ହାରରେ ବୃକ୍ଷରୋପଣ କରିବା ନିହାତି ଅନିର୍ଵାଯ୍ୟ ବୋଲି ଗୁଡ଼ିଆପାଟଣା ବିଦ୍ୟାଳୟ ର ସହକାରୀ ଶିକ୍ଷକ ତଥା ସବୁଜ ବାହିନୀର ନିର୍ଦ୍ଦେଶକ ଗୋପାଳ ମହାପାତ୍ର କହିଥିଲେ। ତିନିଦିନ ବ୍ୟାପି ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ଅଖପାଖ ଅଞ୍ଚଳର ବହୁ ସଂଖ୍ୟା ରେ ଭକ୍ତ ଆସୁଥିବା ବେଳେ ସବୁଜ ବାହିନୀର ଏହି ମହତ ଚିନ୍ତାଧାରା ଅନ୍ୟମାନଙ୍କୁ ପ୍ରେରଣା ଦାୟୀ ହୋଇପାରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ଚର୍ଚ୍ଚା କରିଥିଲେ। ହୋମଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ ଯାହାଫଳରେ ସେମାନଙ୍କ ମନରେ ସେବା ମନଭାବ ଜାଗୃତ ହୋଇଥିଲା। ପିଲାମାନଙ୍କର ଏହିପରି ମହତ କାର୍ଯ୍ୟ ପାଇଁ ମନ୍ଦିରର ସଭାପତି ଶିବ ସେଠି, କାର୍ଯକର୍ତ୍ତା ମିଥୁନ ଗୌଡ଼, ଜିତୁ ଗୌଡ଼, ଅନିଲ ଗୌଡ଼, ଶୁକୃ ଗୌଡ଼ ସମେତ ସମସ୍ତ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ।
