1970 ବ୍ୟାଚ ର ବନ୍ଧୁମିଳନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) :: ବିଦ୍ୟାଳୟ ସମୟ ହେଉଛି ଜୀବନର ସାଙ୍ଗ ସାଥିମାନଙ୍କୁ ଏକ କରିବାର ବୟସ। ଆଉ ଆଜିକା ଦିନରେ ସେଇ ପୁରୁଣା ସ୍ମୃତି ର ବନ୍ଧୁ ମାନଙ୍କୁ ଏକତ୍ରୀକରଣ ପାଇଁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସେହିପରି ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ସିମୁଳିଆ ର ୧୯୭୦ ବ୍ୟାଚ ର ବନ୍ଧୁ ମିଳନ ୧୫/୦୩/୨୦୨୬ ତାରିଖ ରବିବାର ସୋର ରେ ଶ୍ରୀଧର ପତ୍ରି ଙ୍କ ଘରେ ଅନୁଷ୍ଠିତ ହୋଇଯାଇଛି. ଅନେକ ବନ୍ଧୁ ଙ୍କ ସହିତ ଖୋଲା ହୃଦୟ ରେ ସେମାନଙ୍କ ସହଧର୍ମିଣୀ ମାନେ ଉପସ୍ଥିତ ରହି ଆଜିର ଖୁସି କୁ ଦ୍ବିଗୁଣିତ କରିଥିଲେ. ଉପସ୍ଥିତ ବନ୍ଧୁ ଓ ସେମାନଙ୍କର ସହ ଧର୍ମିଣୀ ଏହି ମିଳନ ସ୍ଥଳୀ ରେ ଉପସ୍ଥିତ ରହିଥିଲେ ସେମାନେ ହେଲେ ବିନୋଦ ବିହାରୀ ମହାନ୍ତି, ଶ୍ରୀମତୀ ସୁଜାତା ମହାନ୍ତି, ଶ୍ରୀ ଦିବାକର ମହାପାତ୍ର, ଶ୍ରୀମତୀ ମାନସୀ ମହାପାତ୍ର, ଶ୍ରୀ ରାଧାକାନ୍ତ ଜେନା, ଶ୍ରୀମତୀ ଅଞ୍ଜନା ଜେନା, ଶ୍ରୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀମତୀ ରଙ୍ଗ ଲତା ପାଣିଗ୍ରାହୀ, ଶ୍ରୀ ସନାତନ ନାୟକ, ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ, ଶ୍ରୀ କହେଁଇ ସେଠି, ଶ୍ରୀମତୀ ଲକ୍ଷ୍ମୀମଣି ସେଠି, ଶ୍ରୀ ମହେଶ ଚନ୍ଦ୍ର ବେହେରା, ଶ୍ରୀମତୀ ମିନତୀ ଲତା ବେହେରା, ଶ୍ରୀମତୀ ସୁବାସିନୀ ମିଶ୍ର, ଶ୍ରୀ ବିଷ୍ଣୁ ମୋହନ ପଣ୍ଡା, ଶ୍ରୀ ନୀଳାମ୍ବର ଜେନା, ଶ୍ରୀମତୀ ଶାନ୍ତିଲତା ଜେନା, ଶ୍ରୀ ଶ୍ରୀଧର ପତ୍ରି, ଶ୍ରୀମତୀ କଳ୍ପଲତା ପତ୍ରି, ଏହି ସବୁ ବନ୍ଧୁ ମାନଙ୍କୁ ନେଇ ଦିନ ତମାମ ବିଗତ ଦିନର ଇତିହାସ କୁ ମନେ ପକାଇ ସମସ୍ତେ ପ୍ରଫୁଲ୍ଲିତ ହୋଇଥିଲେ. ବନ୍ଧୁ ଶ୍ରୀଧର ପତ୍ରି ଙ୍କ ନିକଟରେ ଘଟିଥିବା ଦୁର୍ଘଟଣା ପରେ ସୁସ୍ଥ ହୋଇ ଫେରିଥିବାରୁ ଈଶ୍ୱର ଙ୍କୁ କୃତଜ୍ଞତା ଜଣାଇ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା. ସର୍ବ ଶେଷରେ କୁଶଳେଶ୍ୱର ମହାଦେବ ଙ୍କ ମନ୍ଦିର ରୁ ଆସିଥିବା ପ୍ରସାଦ ସମସ୍ତେ ଖୁସି ରେ ଗ୍ରହଣ କରିଥିଲେ ଏବଂ ଏ ସବୁର ବ୍ୟବସ୍ଥା ପାଇଁ ଶ୍ରୀଧର ପତ୍ରି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
