*କଳାହାଣ୍ଡି ସାଂସଦ କ୍ଷେତ୍ର କଳାହାଣ୍ଡି ନୂଆପଡ଼ା ଜିଲ୍ଲା ର ଅନେକ ରେଳ ପରିଯୋଜନା ନେଇ ସାଂସଦ ମାଳବିକା ଦେବୀ ପବିତ୍ର ଗୃହ ରେ ନିଜ ଦାବୀ ଉପସ୍ଥାପନ କରିଛନ୍ତି।*(କଳାହାଣ୍ଡି.ରମେଶ ଅଗ୍ରୱାଲ.) ତା:୧୭.୦୩. ତାଙ୍କ ଦ୍ବାରା କେନ୍ଦ୍ର ରେଳ ବଜେଟ କୁ ପ୍ରଶଂସା କରିବା ସହ ଅନେକ କାର୍ଯ୍ୟ ଦ୍ରୁତ ଗତି ରେ ହୋଇଥିବା ପ୍ରକାଶ କରିଥିଲେ। ବିଶେଷ ରୂପେ ପ୍ରଧାନମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ସାଧୁବାଦ୍ ଦେଇ ନିଜ ଅଞ୍ଚଳ ରେ ଆବଶ୍ୟକ ଥିବା ରେଳ ପରିଯୋଜନା ଦାବୀ ଉପସ୍ଥାପନ କରିଛନ୍ତି। ଜୁନାଗଡ଼ ନବରଙ୍ଗପୁର ରେଳ ଲାଇନ୍ ନିର୍ମାଣ ବେଳେ ଧର୍ମଗଡ ଠାରେ ସଂଯୋଗ କରିବା, *କଣ୍ଟାବାଞ୍ଜି ଠାରୁ ଧର୍ମଗଡ କୁ ଭାୟା ଖଡିଆଳ ଦେଇ ରେଳପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଚାଲୁ କରିବା* ଏବଂ ବିଶେଷ ଗୁରୁତ୍ବ ଦେଇ କେନ୍ଦ୍ର ଜନଜାତି ଗୌରବ କରିଡ଼ର କୁ ସମ୍ପ୍ରସାରଣ କରି ଭଦ୍ରାଚଳମ୍ ରୁ ଜୁନାଗଡ ଖଡିଆଳ, ସିନାପାଲି କୋମନା ଦେଇ ନୂଆପଡ଼ା ଏବଂ ଖଡିଆଳ କଣ୍ଟାବାଞ୍ଜି ପାଟଣାଗଡ ଦେଇ ବଲାଙ୍ଗୀର କୁ ସଂଯୋଗ କରିବା କୁ ଦାବୀ କରିଛନ୍ତି। ଯାହାଦ୍ୱାରା ତିନି ପ୍ରମୁଖ ରାଜ୍ୟ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଦ୍ରପ୍ରେଦେଶ କୁ ସିଧାସଳଖ ସଂଯୋଗ କରିବ ବୋଲି ଦାବୀ ଉପସ୍ଥିତ କରିଛନ୍ତି। ନୂଆପଡ଼ା ବରଗଡ଼ ରେଳପଥ ଶୀଘ୍ର ପଦକ୍ଷେପ ପାଇଁ ଦାବୀ କରିଥିଲେ। ନୂତନ ରେଳ ଦାବୀ କରିଥିବା ବେଳେ ଅନେକ ପୁରୁଣା ଦାବୀ ମଧ୍ୟ ପୁନଃର୍ବାର ଦାବୀ କରିଛନ୍ତି। ଆଜି କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ନିଶ୍ଚିତ ରୂପେ ଏକ ଉପଯୁକ୍ତ ପ୍ରାର୍ଥୀଙ୍କୁ ତାଙ୍କ ଦାବୀ ଏବଂ କଥା ଉପସ୍ଥାପନା ପାଇଁ ଚୟନ କରିଥିବା ପ୍ରକାଶ କରିଛନ୍ତି।
