*ନେତାଜୀ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ତରଫରୁ ମନ୍ଦିର ପରିସର ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ* ।
ବରଗଡ :୧୬/୦୩(ନି, ପ୍ର) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ତରଫରୁ ମଲକେନ ଡ୍ୟାମ ଠାରେ ମନ୍ଦିର ପରିସର ସଫେଇ ଓ ବୃକ୍ଷ୍ୟରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ବାରିକ, ଇକୋ କ୍ଲବ ଶିକ୍ଷକ ପ୍ରମୋଦ ଚନ୍ଦ୍ର ସାହୁ, ଶିକ୍ଷକ ବିପିନ ବିହାରି ନନ୍ଦ, ଅନଙ୍ଗ ସାହୁ, ବିଜୟ ଦେବତା, କଂଗ୍ରେସ ପଧାନ, ନବୀନ ଚନ୍ଦ୍ର ବରିହା, ସ୍କୁଲ କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରେ ପରିବେଶ ସୁରକ୍ଷା ଓ ମନ୍ଦିର ପରିସରକୁ ଆହୁରି ହରିତମୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଛାୟାଦାୟକ ଓ ଫଳଦାୟକ ଗଛର ଚାରା ରୋପଣ କରାଯାଇଥିଲା। ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ବିନ୍ଧ୍ୟାବାସିନି ମନ୍ଦିର ପରିସରକୁ ସଫା କରିଥିଲେ । ମନ୍ଦିର ଓ ଡ୍ୟାମ ପରିସରକୁ ସଫା ସୁତୁରା ରଖିବା ସହ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହା ସହ ମନ୍ଦିର ଓ ଡ୍ୟାମ ପରିସରକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରିବା ପାଇଁ ଅଞ୍ଚଳବାସୀ ଙ୍କୁ ଅନୁରୋଧ କରିଥିଲେ । ପ୍ରକୃତି ଓ ପ୍ରାକୃତିକ ପରିବେଶ ସହ ଛାତ୍ର ଛାତ୍ରୀଙ୍କୁ ଜଡିତ କରିବା ପାଇଁ କର୍ଯ୍ୟକ୍ରମର ମୁଳ ଉଦ୍ଦେଶ୍ୟ ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଥିବା ବେଳେ ପରିବେଶ ସୁରକ୍ଷା ବିଶ୍ବତାପନ ଆଗାମୀ ପିଢି ପାଇଁ ସୁରକ୍ଷିତ ପୃଥିବୀ ମା ପାଇଁ ଗଛଟିଏ ଉପରେ ଆଲୋଚନା କରାଯାଇଥିଲା । ପରିଶେଷରେ ବିପିନ ବିହାରି ନନ୍ଦ ଧନ୍ୟବାଦ ଅର୍ପଣ କରି ଥିଲେ।
