*ସ୍ଵେଚ୍ଛାକୃତ ରକ୍ତାଦାନ କରି ମାନବିକତା ର ପରିଚୟ ଦେଲେ ଶାଶ୍ଵତ ତିୱାରୀ, ତାଙ୍କ ଜୀବନରେ ୨୦ ରୁ ଉର୍ଦ୍ଧ ସମୟ ରକ୍ତଦାନ* ନୂଆପଡା (ମିଖାଏଲ ନନ୍ଦ)
ତା:୧୨.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ଵେଚ୍ଛାକୃତ ରକ୍ତାଦାନ କରି ମାନବିକତା ର ପରିଚୟ ଦେଲେ ଶାଶ୍ଵତ ତିୱାରୀ, ତାଙ୍କ ଜୀବନରେ ୨୦ ରୁ ଉର୍ଦ୍ଧ ସମୟ ରକ୍ତଦାନ କରିଥିବା ବେଳେ ସ୍ଵେଚ୍ଛାକୃତ ରକ୍ତଦାତା ରୂପେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ରକ୍ତର ବହୁ ଅଭାବ ଦେଖାଯାଉଥିବା ବେଳେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଖଡିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖଡିଆଳ ବ୍ଲକ ଛତା ଗ୍ରାମର କୁନି ଭୋଇ ଚିକିତ୍ସିତ ହେଉଥିବା ବେଳେ ବି ପାଜିଟିଭ ରକ୍ତର ଆବଶ୍ୟକ ହେଉଥିଲା। ସଂଜୟ ତିୱାରୀ ଙ୍କ ସାନ ପୁଅ ଶାଶ୍ଵତ ତିୱାରୀ ରକ୍ତଦାନ କରି ସହାୟତା ର ହାତ ବଢ଼ାଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ୍ ।
