ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ କଲେ ଗ୍ରାମବାସୀ।ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ପଞ୍ଚାୟତ ର ଖଣ୍ଡତରି ଗ୍ରାମର ଚିତରଞ୍ଜନ ମଲ୍ଲିକ ଙ୍କ ପୁଅକୁ କିଛି ଦୁର୍ବୁତ୍ତ ଜୀବନରୁ ମାରିଦେଇ ଗଛରେ ଝୁଲାଇ ଦିଆଯାଇ ଥିବା ଘଟଣା କୁ ନେଇ ଗ୍ରାମ ବାସୀଙ୍କ ପକ୍ଷରୁ କଟକ ପାରାଦୀପ୍ ରାସ୍ତାକୁ ଅବରୋଧ କରିଥିଲେ। ପୁଅ ର ଶବ ବ୍ୟବଚ୍ଛେଦ ପରେ ବାପା ତାଙ୍କର ଗ୍ରାମ ବାସୀଙ୍କୁ ଧରି ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ଦାବି କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ମୃତ ଶୁଭମ ଙ୍କ ବାପା ଏକ ଅଭିଯୋଗ ଆଣି କହିଥିଲେ ଯେ ପୋଲିସ ଏହାକୁ ଆତ୍ମହତ୍ୟା ରୂପ ଦେଇ ସହଯୋଗ କରୁନି କିନ୍ତୁ ଏ ଘଟଣାରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ ନ କରି ଅପମୃତ୍ୟୁ ମାମଲା ରୁଜୁ କରି ଖସାଇ ଦେବ ବୋଲି ଚକ୍ରାନ୍ତ କରୁଛନ୍ତି। ଯାହା ଫଳରେ ଅପରାହ୍ନ ୩ ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା। ତିର୍ତ୍ତୋଲ ଏସଡିପିଓ ଅଜୟ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହିତ କଥା ହୋଇ ଘଟଣାର ତଦନ୍ତ ନିରପେକ୍ଷ ଭାବେ କରାଯିବ ବୋଲି କହିବାରୁ ପରିବେଶ ଶାନ୍ତପଡିଥିଲା ଓ ଗାଡି ମଟର ଚଳାଚଳ ଆରମ୍ଭ ହୋଇଥିଲା। ଏହାଛଡା ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କାର ଚେକ୍ ମୃତକଙ୍କ ପରିବାରକୁ ପ୍ରଦାନ ବି କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୁଭମକୁ ମୂର୍ମୁଷ ଭାବେ ସ୍ଥାନୀୟ ମହାନଦୀ ପଠାରେ ଗଛ ଉପରେ ହୋଇଥିବା ମଞ୍ଚାରୁ ବେକରେ ଗାମୁଛା ବନ୍ଧା ହୋଇ ବସିବା ଅବସ୍ଥାରେ ଦେଖିବା ପରେ ତାଙ୍କ ପରିବାରକୁ ଜଣାଯାଇଥିଲା । ପରିବାର ଲୋକ ସେଠାରେ ପହଞ୍ଚି ପ୍ରଥମେ ରଘୁନାଥପୁର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ, ତେବେ ସେଠାରେ ଡାକ୍ତର ଶୁଭମ କୁ ମୃତ ଘୋଷଣା କରିଥିଲେ।
