*ଶିକ୍ଷାବିତ୍ ପତ୍ନୀ ଙ୍କ ର ପରଲୋକ*
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ପୌରପାଳିକା ଅନ୍ତର୍ଗତ ଚକବାରାହାପୂର ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅଜୟ ଚନ୍ଦ୍ର ମହାନ୍ତି ଙ୍କ ର ଧର୍ମପତ୍ନୀ ଶ୍ରୀମତୀ ସୁଷମା ମହାନ୍ତି ଙ୍କ ର ହୃଦଘାତ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।ମଙ୍ଗଳବାର ଭୋର ୫ଘଟିକା ସମୟରେ ସୁଷମା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାର କିଛିସମୟ ମଧ୍ୟରେ ଘଟଣା ସ୍ଥଳରେ ତାଙ୍କ ର ବିୟୋଗ ହୋଇଥିବା ସୁଷମା ଙ୍କ ର ସ୍ବାମୀ ସୂଚନା ଦେଇଛନ୍ତି।ସେ ଜଣେ ଦୟାଳୁ, ଧର୍ମପରାୟଣ, ମିଷ୍ଟଭାଷୀ ସ୍ଵଭାବ ର ମହିଳା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସୋର ଅଞ୍ଚଳ ର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଗ୍ରାମବାସୀ , ଶୁଭେଚ୍ଛୁ ଓ ପରିବାର ସଦସ୍ୟ ଙ୍କ ଉପସ୍ଥିତି ରେ ଶୋକାକୋଳ ପରିବେଶ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ମୁଖାଗ୍ନି ଦେଇଥିଲେ ନିଜର ଏକମାତ୍ର ପୁତ୍ର ଲୋହିତ ଲପଙ୍ଗ ମହାନ୍ତି ।
