ଗୁଆଳିପୁର ଗ୍ରାମରେ ଗୋପାଳ ଭାଇ ଙ୍କ କାଠି ନଉଡି ଖେଳ ।
ରଘୁନାଥପୁର(ନି.ପ୍ର): ଗୋପାଳ ଭାଇଙ୍କ ସମସ୍ତ ପର୍ବ ପର୍ବାଣୀ ମଧ୍ୟରେ ସେମାନଙ୍କର ମୁଖ୍ୟ ତଥା ପ୍ରସିଦ୍ଧ ପର୍ବ ହେଉଛି ଦୋଳ ଉତ୍ସବ ଟି। ସେମାନେ ଯେଉଁଠି ଥାନ୍ତୁ ବା ଚାକିରି କରିଥାନ୍ତୁ ଏହି ପର୍ବକୁ ଗାଁ ମାଟି କୁ ଆସି ବେଶ୍ ଉତ୍ସାହରେ ଏହି ପର୍ବ ପାଳନ କରନ୍ତି । ଗାଁ ଭାଇଚାରା ରଖି ଓ ସେମାନଙ୍କ ପର୍ବ ପାଳନ ଭାବରେ କାଠି ନଉଡି ଖେଳି ଗାଁ ପରିବେଶକୁ ବେଶ୍ ଆନନ୍ଦ ଉଲ୍ଲାସରେ ସମାପନ କରିଥାନ୍ତି। ଯାହାର ନମୁନା ଦେଖିବାକୁ ମିଳିଥାଏ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରାମର ଠାକୁରାଣୀ ମୂଳରେ ଦୀର୍ଘ ବର୍ଷ ଧରି ଏହି ଉତ୍ସବ ପାଳନ ପାଳନ ହୋଇଆସୁଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଭାବରେ ଶୁକଦେବ ଦାସ, ପବିତ୍ର ମୋହନ ଦାସ ଓ ତପନ କୁମାର ଦାଶ ବିଭିନ୍ନ ଅଞ୍ଚଳରୁ କାଠି ଲଉଡ଼ି ଖେଳାଳି ମାନଙ୍କୁ ଡାକି ଗାଆଁ ରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥାନ୍ତି। ଚଳିତ ବର୍ଷ ଦୂରଦୂରାନ୍ତରୁ ଚାରି ପଞ୍ଝା କାଠି ନଉଡି ଦଳ ଆସି ଗୀତ ବୋଲି, ତବଲା, ହାରମୋନିଅମ ବଜାଇ, ନାଚ ଗୀତରେ ଏକ ମାହୋଲ ପରିବେଶ ସ୍ରୁଷ୍ଟି କରିବାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ଆସିଥିବା ମା ଜାଗୁଳାଇ କାଠି ଲଉଡ଼ି ଦଳ, ଦିତୀୟ ସ୍ଥାନରେ ଥିଲେ ବାବା ବନବିହାରୀ ଗୋପାଳ ମଣ୍ଡଳି ଦଳ, ତୃତୀୟ ସ୍ଥାନରେ ଥିଲେ ହାଜିପୁର କାଠି ନଉଡି ଦଳ ଓ ଚତୁର୍ଥ ସ୍ଥାନରେ ଥିଲେ ନେଉଟିଆକଣ କାଠି ନଉଡିଦଳ । ଏହି କାର୍ଯ୍ୟକ୍ରମରେ ଦୁଃଶାସନ ଦାସ, ଆଶୁତୋଷ ଦାସ, ସୁରେନ୍ଦ୍ରନାଥ ଦାସ, ଅକ୍ଷୟ ଦାସ, ସଂଗ୍ରାମ ଚନ୍ଦ୍ର ଦାସ, ନିକୁଞ୍ଜ ବିହାରୀ ଦାସ, ପାତନ ଦାସ, ତୋଫାନ୍ ଦାସ ଓ ଧର୍ମଦେବ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
