**ତିର୍ତ୍ତୋଲ ତାଲୁକ ଆଇନି ସେବା କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି **
ତିର୍ତ୍ତୋଲ-୮/୩-ତିର୍ତ୍ତୋଲ ତାଲୁକ ଆଇନି ସେବା କମିଟି ପକ୍ଷରୁ ଆଦିକବି ଶାରଳା ଦାସ କଲେଜ ପରିସରରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି।ତିର୍ତ୍ତୋଲ କୋର୍ଟ ବିଚାରପତି ତଥା ତାଲୁକ ଆଇନି ସେବା କମିଟି ଅଧକ୍ଷ ପାରସ ପାଢ଼ୀ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଉପାଧକ୍ଷ ଅରୁଣ କୁମାର ପଣ୍ଡା, ମଣିଜଙ୍ଗା ମେଡିକାଲ ଅଫିସର ସୁବାଷ ଚନ୍ଦ୍ର ବେହେରା, କନକପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଆୟୁଷ ଡ଼ାକ୍ତର ସଂଗୀତା ରଥ,ତିର୍ତ୍ତୋଲ ଓକିଲ ସଂଘ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ, ସଭାପତି ତଥା ଏପିପି ଆଲ୍ଲାଦ ପରିଜା, ବରିଷ୍ଟ ଆଇନିଜିବି ସୁଧୀର ଚନ୍ଦ୍ର ଖୁଣ୍ଟିଆ,ଏପିପି(କ୍ୟାଡର) ସସ୍ମିତା ନାୟକ, ତିର୍ତ୍ତୋଲ ଅବକାରୀ ପୋଲିସ ଅଫିସର ସ୍ମିତା ପଣ୍ଡା, ସିଏସଆଇ ଆଶାଲତା କଣ୍ଠ, ପ୍ରଭୁତି ଯୋଗଦେଇ ମହିଳା ମାନଙ୍କ ପାଇଁ ଥିବା ଆଇନି ଗତ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।,ଶତାଧିକ ସଂଖ୍ୟାରେ ଛାତ୍ରୀ, କଲେଜ ଷ୍ଟାଫ, କୋର୍ଟ ଷ୍ଟାଫ ଯୋଗଦେଇଥିଲେ।ପୁଷ୍ପାଞ୍ଜଳି ସ୍ବାଇଁ ନାମକ ଜଣେ ଛାତ୍ରୀ ମହିଳା ସଶକ୍ତିରଣ ଉପରେ ସ୍ୱରଚିତ କବିତା ପାଠ କରିଥିଲେ।ତିର୍ତ୍ତୋଲ ତାଲୁକ ଆଇନି ସେବା କମିଟି ଇନଚାର୍ଜ ବିରଞ୍ଚି ନାରାୟଣ ଶତପଥୀ କାର୍ଯ୍ୟକ୍ରମ ସଂଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ
