(କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Slug: -ହାଇଦ୍ରାବାଦରେ ଦାଦନ ଶ୍ରମିକ ମୃତ…!!!
ନିଜ ଭିଟାମାଟିକୁ ପହଞ୍ଚିଲା ଶବ, ଗାଁରେ ଶୋକାକୁଳ ପରିବେଶ…!!!
Anchor:- ଦାଦନଖଟିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ନିକଟସ୍ଥ ଡଙ୍ଗରିପଡାର ଦୁଲ୍ଲଭ ମାଝୀ (୧୭) ଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ରେ ଆଜି ତାଙ୍କ ଗାଁ କୁ ପହଞ୍ଚିଛି।
ସୂଚନା ମତେ ଗତ ୩/୪ ମାସ ତଳେ ନିଜ ଅଞ୍ଚଳ ର ଯୁବକଙ୍କ ସାଥିରେ ମିଶି ହାଇଦ୍ରାବାଦ ପଠାନଚେରୁ ନିକଟସ୍ଥ ନନ୍ଦିଗାଓଁ ରେ କୌଣସି ଏକ ବେସରକାରୀ ଠିକାଦାରଙ୍କ ନିକଟରେ କୋଠା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ରହିଥିଲେ। ତେବେ ଶୁକ୍ରବାର ସକାଳେ ବିଲଡିଂକୁ କାମ କରିବାକୁ ଯାଇଥିବା ବେଳେ କୋଠାରେ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଲ୍ଲଭ ମାଝୀ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ରେ ତାଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକ ଚନ୍ଦ୍ର ଶେଖର ମାଝୀ ମଧ୍ୟ ବିଲଡିଂରୁ ପଡି ଗୁରୁତର ହୋଇ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି। ଶନିବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁ ଦାଣ୍ଡ କାନ୍ଦ ବୋବାଳି ରେ ଫାଟି ପଡିଥିଲା। ପରେ ଗାଁ ମଶାଣି ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଗାଁ ରେ ଶୋକା କୂଳ ପରିବେଶ ସୃଷ୍ଟି ହୋଇଛି ।
