ନୂଆଦିଲ୍ଲୀ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ବରଗଡ଼ ର ନାରୀ ପ୍ରତିଭା
ବରଗଡ଼ : ୦୭.୦୩.(ନି, ପ୍ର )ନୂଆଦିଲ୍ଲୀ ର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ବସନ୍ତ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ତପସ୍ଵିନୀ ହଲ ଠାରେ ଏକ ଭବ୍ୟ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିରେ ବରଗଡ଼ ର ସ୍ମଶାନ ବନ୍ଧୁ ସଂଘମିତ୍ରା ପଟେଲ, ବିଶିଷ୍ଟ କବିୟତ୍ରୀ ଡ.ସଂଗୀତା ରଥ, ଏକାଧିକ ମାଷ୍ଟର ଗେମ୍ ରେ ସ୍ବର୍ଣ୍ଣ ପଦକ ବିଜେତା ଭଉଣୀ ଦ୍ବୟ- ଅନୁପମା ଘିବିଲା ଓ ଅରୁଣା ଘିବିଲା ଆଦିଙ୍କୁ ସ୍ମୃତି ଫଳକ, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହିପରି ଏକ ଯାତୀୟ ସ୍ଥରର ସଂସ୍ଥା ଦ୍ୱାରା ପୁରସ୍କୃତ ହୋଇଥିବାରୁ ସମସ୍ତେ ନିଜକୁ ଗୌରାବାନ୍ବିତ ମନେକରି ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଆହୁରି କର୍ମଠ ହେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏହିପରି ଏକ ନୂଆଦିଲ୍ଲୀ ର ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବାରୁ ବରଗଡ଼ ରେ ଖୁସିର ଲହରୀ ଖେଳିଯାଇଛି ।
