ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।
ବରଗଡ,:୭।୩(ନି, ପ୍ର )
ବରଗଡ ଜ଼ିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ ପାଳନ ପାଇଁ ବର୍ତ୍ତମାନ ଜୋରସୋର ରେ ପ୍ରସ୍ତୁତି ଚାଲିଛି l ବିଶେଷ କରି ଏହି ବିଦ୍ୟାଳୟ ସନ ୧୯୦୦ ରେ ତତ୍କାଳୀନ ବ୍ରିଟିଶ ସରକାର ସମୟରେ ପ୍ରତିଷ୍ଠା ହୋଇଥିଲେ l ବର୍ତ୍ତମାନ ଏହି ବିଦ୍ୟାଳୟ ୧୨୫ ବର୍ଷ ରେ ପଦାର୍ପଣ କରିଛି l ଏହି ଅବସରରେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ କମିଟି ତରଫରୁ ଓଡିଶା ର ମାନ୍ୟବର ରାଜ୍ୟପାଳ ଡ଼ କମ୍ଭୁପତି ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ସରକାରଙ୍କୁ ନିମନ୍ତ୍ରଣ କରିଛନ୍ତି l ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ କମିଟି ତରଫରୁ ଦେବେନ୍ଦ୍ର ପାତ୍ର, ମନୋଜ କୁମାର ପଧାନ, କୈଲାସ ସେଠ୍, ସଂଯୁ ବିଶି, ସୁନୀଲ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉଭୟେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି l
