ବହୁ ପ୍ରତୀକ୍ଷିତ ଅନନ୍ତପୁର ଥାନା ଉଦ୍ ଘାଟନ। ଉଦ୍ ଘାଟନ ପୂର୍ବରୁ କାନ୍ଥ ଫାଟି ଆଁ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ପ୍ରତୀକ୍ଷାର ଅନ୍ତ ଘଟି ବହୁ ପ୍ରତିକ୍ଷୀତ ଅନନ୍ତପୁର ଥାନାର ଲୋକାର୍ପଣ ହୋଇଯାଇଛି। ଅନନ୍ତପୁର ଫାଣ୍ଡିକୁ ଥାନା ରୂପେ ୨୦୨୪ ମସିହାରେ ଘୋଷଣା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମାନ୍ୟବର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ର ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଭିଡିଓ କନଫରେନ୍ସ ମାଧ୍ୟମରେ ଇଡ଼କୋ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ସଭାରୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ମାନଙ୍କ ଭିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଙ୍କ ସହ ଅନ୍ୟ ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନନ୍ତପୁର ଥାନା ପରିସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ,ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର,ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ନାୟକ, ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର, ଅନନ୍ତପୁର ଥାନାଧିକାରୀ ସରୋଜ କୁମାର ଦାଶ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଙ୍କ ସମେତ ବିଜେପିର ନେତୃ ବୃନ୍ଦଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କିନ୍ତୁ ବିନା ଫଳକରେ ଉଦ୍ ଘାଟନ ଏବଂ ଉଦ୍ ଘାଟନ ପୂର୍ବରୁ କାନ୍ଥ ଫାଟିଥିବା ନେଇ ବୃଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।
