*କୋମନା ଡିଗ୍ରୀ କଲେଜରେ ଜାତୀୟ ସମୂହୀକରଣ ଶିବିର ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭/୦୨
(National Integration Camp ) କୋମନା ଡିଗ୍ରୀ କଲେଜ ରୁ ଶ୍ରୀମାନ ଅମିତ୍ ରାଉତ ଚୟନ ହେବା ଏକ ଗୌରବମୟ କ୍ଷଣ ଓ NSS ଜୀବନର ସଫଳତା। ଏହି ଉପଲବ୍ଧି ପରିଶ୍ରମ, ଶିଷ୍ଟାଚାର, ସମର୍ପଣ ଓ ନେତୃତ୍ୱ ଗୁଣର ସ୍ପଷ୍ଟ ପ୍ରମାଣ। ଦେଶର ବିଭିନ୍ନ ରାଜ୍ୟର ଯୁବମାନଙ୍କ ସହିତ ଏକତା, ସମନ୍ୱୟ ଓ ସାମ୍ପ୍ରଦାୟିକ ସମ୍ମିଳନର ଅନୁଭବ ପାଇବା ପାଇଁ NIC ଏକ ଅସାଧାରଣ ମଞ୍ଚ।
ଏହି ଶିବିରରେ ନୂତନ ସଂସ୍କୃତି ସହ ପରିଚୟ, ଦଳୀୟ କାର୍ଯ୍ୟ, ନେତୃତ୍ୱ କୌଶଳ, ସମାଜସେବାର ମୂଲ୍ୟବୋଧ ଓ ରାଷ୍ଟ୍ରୀୟ ଏକତାର ମହତ୍ୱକୁ ନିକଟରୁ ଅନୁଭବ କରିବେ। ଏହା NSS ଜୀବନକୁ ଅଧିକ ଦୃଢ଼ କରିବା ସହ ଆଗାମୀ ଜୀବନରେ ମଧ୍ୟ ଏକ ବିଶେଷ ଅଭିଜ୍ଞତା ଭାବେ ରହିବ।
ଏହି ସଫଳତା କେବଳ ଆପଣଙ୍କ ନୁହେଁ; ଆପଣଙ୍କ ପରିବାର, ମହାବିଦ୍ୟାଳୟ, NSS Unit ଓ Programme Officerଙ୍କୁ ମଧ୍ୟ ଗର୍ବିତ କରିଛି। ଆମେ ଆଶା କରୁଛୁ ଯେ, ଆପଣ NICରେ ଆର୍ଜନ କରିଥିବା ଜ୍ଞାନ ଓ ଅନୁଭବକୁ ସମାଜ ଓ ଦେଶ ସେବାରେ ବ୍ୟବହାର କରିବେ।
