,ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ପୁରୁଷ ଓ ମହିଳା ତାଲିମାର୍ଥୀ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ପୁରୁଷ ଓ ମହିଳା ତାଲିମାର୍ଥୀ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ “ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପ୍ରକୋଷ୍ଠ” ଜିଲ୍ଲା ପରିଷଦ ପରିସରରେ ତାରିଖ ୨୬.୦୨.୨୦୨୬ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି I
ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମଟି ସ୍ଥାନୀୟ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ, ଗଜପତିରେ ଚାଲୁରହିବ l ଏଥିରେ ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଏବଂ ରାୟଗଡ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ପୁରୁଷ ଓ ମହିଳା ମାନଙ୍କୁ ଛତୁ ଚାଷ ତାଲିମ ଦିଆଯିବ।ଏହା ଓଡ଼ିଶା ରାଜ୍ୟର ପ୍ରଥମ “ପ୍ରୋଜେକ୍ଟ ଉନ୍ନତି”ର MGNREGS ଯୋଜନା ଦ୍ବାରା ଗଜପତି ଜିଲ୍ଲାରେ ଆୟୋଜନ କରାଗଲା । ଏଥିରେ ମୋଟ ୩୫ ଜଣ ପୁରୁଷ ଓ ମହିଳା ଉପସ୍ଥିତଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ପୃଥ୍ବୀରାଜ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଗଜପତି ଜିଲ୍ଲା ଏବଂ ଶ୍ରୀମାନ ତ୍ରିନାଥ ନାଗ, ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ-ଗଜପତିର ନିର୍ଦ୍ଦେଶକ ସଭାପତିତ୍ୱ କରିଥିଲେ, ଶ୍ରୀମାନ ଡମ୍ବରୁଧର ମଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାଶୀନଗର ବ୍ଲକ ଓ ଶ୍ରୀମାନ ଦେବୀ ପ୍ରସାଦ ଅଧିକାରୀ, MGNREGS ସଂଯୋଜକ,ଗଜପତି ଜିଲ୍ଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ଛତୁ ଚାଷ କରି ସ୍ୱରୋଜଗାର କରିବାକୁ ଉତ୍ସାହିତ କରିଥିଲେ l
ପୁରୁଷ ଏବଂ ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ଏହି ସଭାରେ ଅନୁଷ୍ଠାନର ଛତୁ ଚାଷ ତାଲିମ “ପ୍ରୋଜେକ୍ଟ ଉନ୍ନତି” କାର୍ଯ୍ୟକ୍ରମର ପ୍ରଶିକ୍ଷିକ ଶ୍ରୀମାନ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ ।ବରିଷ୍ଠ ପ୍ରାଧ୍ୟାପକ ତଥା ପାଠ୍ୟ ସଂଯାଯୋକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ ଏବଂ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
