
ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ କରିବା ପାଇଁ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଦାବିରଖିଲେ ବିଧାୟକ।
ଗଜପତି (ଟିକି ଲିମା)
ଆଜି ଭୁବନେଶ୍ଵର ବିଧାନସଭା ସ୍ଵତନ୍ତ୍ର ସଭାଗୃହ ରେ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ଵ ରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି , ଗତ କିଛିଦିନ ତଳେ ଆୟୁସୁ ଅଭାବ ରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଗ୍ରାମ ର ଜଣେ ମହିଳା ମୃତ୍ୟୁ ହୋଇଥିବା ଖବର ବିଧାୟକ ରୁପେଶ ପାଣିଗ୍ରାହୀ ଶୁଣି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଏକ ଅୟୁସୁ ନିର୍ମାଣ କରିବାପାଇଁ ଆଜି ବିଧାସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଦାବି ରଖିଛନ୍ତି। ରାଜ୍ୟ ସରକାର ଓଡ଼ିଶାରେ ଏକ ହଜାର ବେଡ କରାଯିବା ନେଇ ଘୋଷଣା କରିଛିନ୍ତି, ମାନ୍ୟବର ପାରଳା ବିଧାୟକ ଏନେଇ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ଙ୍କୁ ପଚାରି ବୁଝିଥିଲେ କି ଗଜପତି ଜିଲ୍ଲା ରେ ଆୟୁଷ ଦିଆଯାଇଛି କି ନାହିଁ, ସେ ନେଇ ନିଷ୍ପତି ନିଆଯିବ ବୋଲି କମିଟି ପକ୍ଷରୁ ଜଣାଯାଇଥିଲେ, ବିଧାୟକ ପୁନର୍ବାର ଆୟୁସୁ କରିବାପାଇଁ ଦାବି କରିଥିବା ଖବର ମିଳିଛି । ଏହି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲିକ, ବିଧାୟୀକା ସୀମାରାଣୀ ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ଉମାଚରଣ ମଲିକ, ବିଧାୟକ ସତ୍ୟଜିତ ଗମାଙ୍ଗ,ପ୍ରମୁଖ ସହ ପୂର୍ବତନ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ
