କ୍ଲଷ୍ଟର ସ୍ତରୀୟ ଚକ୍ଷୁ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ।
ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଚକ୍ଷୁ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିଶୁମାନେ ଆସନ୍ତାକାଲି ଦେଶର ଭବିଷ୍ୟତ ତେଣୁ ସେମାନଙ୍କର ଦୃଷ୍ଟିଶକ୍ତି କୁ ସରକାର ପ୍ରାଥମିକତା ଦେଇଛନ୍ତି।ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସୁରେନ୍ଦ୍ର ସାଏ ଦିଵ୍ୟ ଦୃଷ୍ଟି ଯୋଜନା ତରଫରୁ ଉକ୍ତ ବିଦ୍ୟାଳୟ ର ପ୍ରାୟ ୩୦୦ଜଣ ଶିଶୁମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଶିଶୁ ମାନେ ନିଜ ଚକ୍ଷୁ ର ଯତ୍ନ କିପରି ରଖିବେ ଡାକ୍ତର ମାନେ ଶିଶୁ ମାନଙ୍କୁ ପରୀକ୍ଷା କରାଇ ପରାମର୍ଶ ଦେଇଥିଲେ। ଚକ୍ଷୁ ମଣିଷ ଶରୀରର ମୁଖ୍ୟ ଅଙ୍ଗ ହୋଇଥିବାରୁ ତାହାର ଯତ୍ନ ନେବା ସହ ସବୁବେଳେ ସଫା ପାଣିରେ ଚକ୍ଷୁ ସଫା କରିବା ପାଇଁ ଡାକ୍ତର ମାନେ କହିଥିଲେ। ବର୍ତ୍ତମାନ ବାୟୁମଣ୍ଡଳ ର ପ୍ରଦୂଷଣ ବଢ଼ିବାରେ ଲାଗିଛି ତେଣୁ ଏହି ପ୍ରଦୂଷଣ ର ପ୍ରଭାବ ସାଧାରଣତଃ ଚକ୍ଷୁ ଉପରେ ପଡିଥାଏ ତେଣୁ ଶିଶୁମାନେ ଯତ୍ନଶୀଳା ହେବା ନିତାନ୍ତ ଆବଶ୍ୟକ ବୋଲି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ ସଦାଶିବ ପାଢ଼ୀ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନା କୁ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଭୁୟସୀ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ବି ଆର ଟି ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱଧାନରେ ପରିଚାଳିତ ହୋଇଥିବାବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।
