ମା ବିଲେଇଶୁଣି ଶକ୍ତି ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ଅଟୋ ଓଲଟି ୧ ମୃତ ୬ ଗୁରୁତର।
ବର୍ତ୍ତମାନର ବଡ଼ ଖବର
ତାରିଖ 23/2/26
ସ୍ଥାନ ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଦାପାଟିଆ -ଆଖୁଆପାଳ ରାସ୍ତାର ମହୁଲଡଙ୍ଗା ଗ୍ରାମ ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ବସିଥିବା ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ରଙ୍ଗଥଳି ଗ୍ରାମର ଜଳଧର ପ୍ରଧାନ। ଗୁରୁତର ହେଲେ ସେହି ଗ୍ରାମର ଅଜିତ ଖଟୁଆ, ଦୁଷ୍ମନ୍ତ ବେହେରା, ଅର୍ଜୁନ ପ୍ରଧାନ, ଜଗନ୍ନାଥ ପ୍ରଧାନ, ବାଇକୁଲ ବେହେରା ଏବଂ ବିରଞ୍ଚି ବେହେରା। ସମସ୍ତେ କୁଟୁରିଆ ଗ୍ରାମ ସ୍ଥିତ ମା ବିଲେଇଶୁଣି ଶକ୍ତି ପୀଠରୁ ଦର୍ଶନ ଓ ଭୋଜିଭାତ ସାରୀ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଏକ ଡାଲା ଅଟୋ ସାହାର୍ଯ୍ୟରେ ଡ୍ରାଇଭର ସମେତ ୭ ଜଣ ଘରକୁ ଫେରୁଥିଲେ। ଫେରିବା ବାଟରେ ଭାରସାମ୍ୟ ହରାଇ ଶାଖା କେନାଲ ଭିତରକୁ ଅଟୋଟି ଖସି ପଡିଥିଲା। ଘଟଣାସ୍ଥଳରେ ଜଳଧରଙ୍କ ମୃତ୍ୟୁ ହୋଇଥିବାବେଳେ, ସ୍ଥାନୀୟ ଲୋକଙ୍କ ସହଯୋଗରେ ଅନ୍ୟ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଓ ପୋଲିସ ଗାଡି ସାହାର୍ଯ୍ୟରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସମସଙ୍କ ଚିକିତ୍ସା ଯାରି ରହିଛି। ଜଳଧରଙ୍କ ମୃତ୍ୟୁକୁ ନେଇ ରଙ୍ଗଥଳି ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
