- ଆକ୍ସନ ମୋଡ଼ ରେ କୋଇଡା ବନ ବିଭାଗ I ଦୁଇଟି ହାଇୱା,ଜେସିବି ମେସିନ ଜବତ I ଜଣେ ଅଭିଯୁକ୍ତ ଗିରଫ I
କୋଇଡା (ସଞ୍ଜୟ ବେହେରା) ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଅଧିନସ୍ଥ କୋଇଡା ସେକ୍ସନ ର କଳମଙ୍ଗ ନିକଟସ୍ଥ ମେଣ୍ଢା ମାରୁଣୀ ଜଙ୍ଗଲ ରୁ ଦୁଇଟି ଚୋରା ଖଣିଜ ପଦାର୍ଥ ବୋଝେଇ ହାଇୱା ଏକ ଜେସିବି ମେସିନ କୁ ଜବତ କରିବା ସହିତ ଏହି ଘଟଣା ରେ ଜଣେ ଅଭିଯୁକ୍ତ କୁ ଗିରଫ କରିବା ରେ ସଫଳ ହୋଇଛି ବନ ବିଭାଗ I ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ବିଳମ୍ବିତ ରାତି ରେ କୌଣସି ସୂତ୍ରରୁ ଖବର ପାଇ କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ କାଲଟା ସେକ୍ସନ ର ବନପାଳ ପ୍ରତାପ କୁମାର ସାମଲ ଏବଂ ବନବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳ କୁ ଯାଇ ଅତର୍କିତ ଚଢାଉ କରିଥିଲେ I ଚଢାଉ ସମୟରେ ଘଟଣା ସ୍ଥଳ ରୁ ଦୁଇ ହାଇୱା ଏବଂ ଜେସିବି ଚାଳକ ଫେରାର ହୋଇଯାଇଥିବା ବେଳେ ଝାଡଖଣ୍ଡ ଅଂଚଳ ର ରଫିକ ଖାନ ନାମକ ମାଫିଆ କୁ ଗିରଫ କରିବା ସହିତ ଦୁଇ ଗୋଟି ହାଇୱା ଏବଂ ଜେସିବି ମେସିନ କୁ ଜବତ କରିଥିଲେ I ଆଗାମୀ ଦିନରେ ପେଟ୍ରୋଲିଂକୁ ଜୋରଦାର କରିବା ଏବଂ ଖଣି ଚୋରୀ ରେ ସମ୍ପୃକ୍ତ ଅପରାଧୀ ଏବଂ ମାଷ୍ଟର ମାଇଣ୍ଡ କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
