ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତହସିଲ ଦାର ଙ୍କୁ ଦାବିପତ୍ର ପ୍ରଦାନ ।
ପରଜଙ୍ଗ : (ଭଞ୍ଜଦୂତ ଖବର ଗୋକୁଳାନନ୍ଦ ବେହେରା, ସତ୍ୟବାଦୀ ସେଠୀ)
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ର ସଦସ୍ୟ ଶାନ୍ତନୁ କୁମାର ଭୁକ୍ତା ଙ୍କୁ ଗତ ଫେବୃଆରୀ ୧୯ ତାରିଖ ପୂର୍ବାହ୍ନରେ ନିଜ ଗ୍ରାମ ଅନୁଗୋଳ ଜିଲା ତାଳଚେର ଥାନା ସନ୍ଥପଡା ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ପୂର୍ବରୁ ବ୍ରାହ୍ମଣୀ ନଦୀ ପଠାରେ ଛପି ରହିଥିବା ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା , ବାଡି ଧରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ର ଶୀକାର ହୋଇ ସାନ୍ତନୁ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ଏବେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ରହିଛନ୍ତି । ତେଣୁ ପରଜଙ୍ଗ ବ୍ଲକ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ଘଟଣା ପ୍ରତି ଗୁରୁତ୍ୱ ଦେଇ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ଅଭିଯୁକ୍ତ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସକାଶେ ପରଜଙ୍ଗ କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ସଭାପତି ବିନୟ କୁମାର ଦାସ,ସମ୍ପାଦକ ଅମରେନ୍ଦ୍ର ଦାସ, ନିଗମାନନ୍ଦ ଦଳବେହେରା,ସୁଜିତ୍ ଦଳବେହେରା, ଚିରଞ୍ଜିବୀ ଜେନା,ସୁବ୍ରତ ବିଶ୍ଵାଳ,ଭୀମସେନ ଖଟୁଆ, ଶଙ୍କର୍ଷଣ ସାହୁ,ବିପିନ ବିହାରୀ ଜେନା, ଗୋପବନ୍ଧୁ ଜେନା, ରିପୁ ରଞ୍ଜନ ବିଶ୍ଵାଳ,ସମୀର ଦେହୁରୀ ପକ୍ଷରୁ ସମସ୍ତ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପରଜଙ୍ଗ ତହସିଲ ଦାର ସୁଦେବ କୁମାର ପୃଷ୍ଟି ଙ୍କ ଜରିଆରେ ଶନିବାର ମଧ୍ୟାହ୍ନ ବେଳେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
