ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ଜଗତସିଂହପୁର(ନି.ପ୍ର): ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଣାଗଡ଼ ସ୍ଥିତ ପ୍ରଫୁଲ ପାଠାଗାରରେ ଅIନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଯୋଗଦେଇ ବହୁଭାଷୀ ଶିକ୍ଷାରେ ଯୁବ ଗୋଷ୍ଠିର ଗୁରୁତ୍ୱ ବିଷୟରେ ସବିଶେଷ ଆଲୋଚନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ, ଶିକ୍ଷାବିତ ବିଜୟ କୁମାର ପତି, ବରିଷ୍ଠ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷାବିତ ସତ୍ୟବାଦୀ ଦାସ, ସତ୍ୟବାଦୀ ସାହୁ ଆଦି ଯୋଗ ଦେଇ ମାତୃଭାଷାର ସୁରକ୍ଷା, ପ୍ରସାର ଓ ପ୍ରଚାର ପାଇଁ ଇଉନେସ୍କୋ ତରଫରୁ 2020 ଫେବୃଆରୀ 21 ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ରୂପେ ପାଳନ କରାଯାଇ ଆସୁଅଛି ବୋଲି ମତ ରଖିଥିଲେ I ଏଥି ସହିତ ଆଜିର ଡିଜିଟାଲ ଯୁଗରେ ଯୁବବର୍ଗ ବହୁଭାଷୀ ଶିକ୍ଷାରେ ଦକ୍ଷତା ହାସଲ କରିବାକୁ ପରାମର୍ଶ ଦେଇଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
