ବ୍ଲକ ସ୍ତରୀୟ ବୃତ୍ତି ପରୀକ୍ଷାରେ ସୂର୍ବର୍ଣ୍ଣରେଖା ଶିକ୍ଷା ନିକେତନ ସ୍କୁଲର ଛାତ୍ରଙ୍କ କୃତ୍ଵିତ୍ତ୍ୱ ହାସଲ
————————————
ତା/୨୧/୦୨/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ବ୍ଲକ ସ୍ତରୀୟ ବୃତ୍ତି ପରୀକ୍ଷାରେ ଝାରପୋଖରୀଆ ସ୍ଥିତ ସୂର୍ବର୍ଣ୍ଣରେଖା ଶିକ୍ଷା ନିକେତନ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀ ସୁଦିପ୍ତ ବାରିକ ଚ଼ଳିତ ବୃତ୍ତି ପରୀକ୍ଷାରେ ୧୦୦ ରୁ ୮୪ ନମ୍ବର ରଖି ସାରସକଣା ବ୍ଲକ ମଧ୍ୟରେ ପ୍ରଥମ ସ୍ଥାନ ରେ କୃର୍ତ୍ତିତ୍ବ ହାସଲ କରିଛନ୍ତି।ସୁଦିପ୍ତ ସୂର୍ବର୍ଣ୍ଣରେଖା ସ୍କୁଲ ଗୌରବ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ମହାପାତ୍ର ଓ ସ୍କୁଲର ସେକ୍ରେଟାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ପାଳ ମତବ୍ୟକ୍ତ ରଖିଛନ୍ତି। କୃତିତ୍ଵ ଛାତ୍ରଙ୍କ ପିତା ସୁବତ୍ର କୁମାର ବାରିକ ମଧ୍ୟ ନିଜ ପିଲାର ସଫଳତା ପାଇଁ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟା ଦ୍ବାରା ସମ୍ଭବ ହୋଇଛି ବୋଲି ସେ ତାଙ୍କ ମତବ୍ୟକ୍ତ ରଖିଥିଲେ । ଗୁରୁ ହିଁ ପିଲାମାନଙ୍କର ସଫଳତାର ଚ଼ାବିକାଠି । ସ୍କୁଲର ପରିଚାଳନା କମିଟିର ସଦସ୍ୟ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ବୃତ୍ତି ପରୀକ୍ଷା ରେ କୃତ କାର୍ଯ୍ୟ କରିଥିବା ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଭଞ୍ଜହୁତ ଖବର I
