Slug:- ଶାରଙ୍ଗଧରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ପୁରସ୍କାର ବିତରଣ ବାର୍ଷିକ ଉତ୍ସବ ପାଳିତ ,,। (ଯୋଗଦେଲେ ନୟାଗଡ଼ ଜିଲ୍ଲାପାଳ)
REPORT:- ଦିଲୀପ ପରିଡା /ରଣପୁର
Date:-19/2/2026
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଶାରଙ୍ଗଧରପୁରରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ପୁରସ୍କାର ବିତରଣ ଏବଂ ବାର୍ଷିକ ଉତ୍ସବ ବଡ ବଡ ଧୁମଧାମରେ ପାଳିତ ହୋଇ ଯାଇଛି। । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲାପାଳ ମଧୁମିତା ରଥ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବା ସହ ଭଲ ମଣିଷ ହେଇ ପାରିଲେ ଭବିଷ୍ଯତ ଉଜ୍ବଳ ହୋଇ ପାରିବ ବୋଲି ଜିଲାପାଳ କହିଥିଲେ । ଆଗାମି ଦିନରେ ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଅତିଥି ମାନେ କହିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଜୋଗୀତାରେ ଉତିନ୍ନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା । କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସମେତ, ଜିଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟନାୟକ,ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ବିଦ୍ୟାଳୟର ପ୍ରଧାନ ଆର୍ଚାର୍ଯ୍ୟ ଛବିରାଣୀ ନାୟକ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ ରଣପୁର ରୁ ଦିଲିପ ପରିଡ଼ା ଙ୍କ ରିପୋର୍ଟ।
_
