*ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗିରିପଡ଼ା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ । ବିଭିନ୍ନ ସମସ୍ୟା ଥାଇ ବି ଚାଲିଛି ସ୍କୁଲ । ପ୍ରଶାସନ ନିଦାବିଷ୍ଣୁ ।*
ନୂଆପଡା (ମିଖାଏଲ ନନ୍ଦ)
ତା ୧୮-୦୨
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗିରିପଡ଼ା ର ଦ୍ଵିତୀୟ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ୨୦୨୬ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଅନୁଷ୍ଟିତ କାର୍ଯକ୍ରମ ରେ କର୍ଲାକୋଟ ପଞ୍ଚାୟତ ର ପୂର୍ବତନ ସରପଂଚ ଭରତ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ତଥା ୱାର୍କିଙ୍ଗ ଜର୍ଣାଳିଷ୍ଟ ଅଫ ଇଣ୍ଡିଆ ର ରାଜ୍ୟ ସମ୍ପାଦକ ବିଶିକେଶନ ପଣ୍ଡା ଓ ମୁଖ୍ୟ ବକ୍ତା ଭାବରେ ଆଖିକ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ର ରାଜ୍ୟ ଉପସଭାପତି ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାଗପଡ଼ାର ପ୍ରଧାନ ଶିକ୍ଷକ ବୈଷ୍ଣବ ଦୂରିଆ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ମଞ୍ଚରେ ମଞ୍ଚାଶିନ ଥିଲେ । ସମ୍ମାନିତ ଅତିଥି ଭାବରେ ବୋଳଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା , ବରିଷ୍ଟ ସାମ୍ବାଦିକ ଜଗତ ରାମ ଦଣ୍ଡସେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମଲ ଦଳ ପ୍ରମୁଖ ମଞ୍ଚ ଅଳଙ୍କୃତ ହୋଇ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ମଞ୍ଚର ଶୋଭା ବର୍ଦ୍ଧନ କରିଥିଲେ । ଟାଙ୍ଗୀରିପଡ଼ା ସ୍କୁଲର ଛାତ୍ରୀମାନେ ପ୍ରଥମେ ମଞ୍ଚାଶିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଔପଢକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ଓ ଦେବ ପୂଜନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦୀପ କର ମଞ୍ଚ ପରିଚାଳନା ଅତିଥି ପରିଚୟ, ଓ ପ୍ରାରମ୍ଭିକ ଅଭିଭାଷଣ ସହିତ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କର ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ରେ ଉପସ୍ଥିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଅତି ବିଡ଼ମ୍ବନାର ବିଷୟ ଯେ ଉକ୍ତ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ରେ ଟାଙ୍ଗିରିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଶୁଣିବା ଓ ତାର ସମାଧାନ କରିବା ନିମନ୍ତେ କୌଣସି ଶିକ୍ଷା ବିଭାଗୀୟ ନିମନ୍ତ୍ରିତ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ନଥିଲେ । ଯାହା ଦ୍ଵାରା ଉତ୍ସବ ମଞ୍ଚ ମୂରବୀ ବିହୀନ ହୋଇ ପଡିଥିଲା ଏବଂ ଶିକ୍ଷକ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । କଥାରେ ଅଛି ……………….ହରି ହେ ଗୁହାରି କରିବୁ କାହାକୁ । ବହୁବାର ଉକ୍ତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା ଶ୍ରେଣୀ ଗୃହ ଠୁ ଆରମ୍ଭ କରି ପାଇଖାନା ଓ ଖେଳ ପଡିଆ ପର୍ଯ୍ୟନ୍ତ ବିଭିନ୍ନ ଖବର କାଗଜରେ ତଥା ନିଉଜ ଚେନାଲ ମାନଙ୍କରେ ଖବର ପ୍ରସାରଣ ହେଲାପରେ ମଧ୍ୟ ମୋତେ ଯେତେ ମାଠିବୁ ମାଠ ମୁ ସେହି ଦରପୋଡା କାଠ ସଦୃଶ, ବିଭାଗୀୟ ଅଧିକାରୀ ସହ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ମନେହୁଏ । ଯାହାହେଉ ପିଲାଙ୍କ ପାଠ ପଢିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟିତ ପ୍ରତିଭା ଲୋକଲୋଚନ କୁ ଆସି ପାରୁଛି ବୋଲି ଅତିଥି ମାନେ ବିଭିନ୍ନ ଉଦାହରଣ ମାଧ୍ୟମରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ସାଂସ୍କୃତିକ କାର୍ଯକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ପ୍ରଦୀପ କର ଙ୍କ ତତତ୍ଵାବଧାନରେ ସମସ୍ତ ମଞ୍ଚାସିନା ଅତିଥି ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ଆୟୋଜିତ ବାର୍ଷିକ ଉତ୍ସବର ମଞ୍ଚ ପରିଚାଳନା , ଅତିଥି ପରିଚୟ ତଥା ଧନ୍ୟବାଦ ଅର୍ପଣ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କର କରିଥିଲେ । ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିଲେ ।
